ଚଣ୍ଡିଖୋଲ ଜୁନ ୨୪: ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ୪ ଜିଲ୍ଲାର ୪୬ ଜଣ ବ୍ଲକ୍ ଅଧ୍ୟକ୍ଷ । ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଧ୍ୟକ୍ଷ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଚମ୍ପାପୁରଠାରେ ପହଞ୍ଚିଥିଲେ । ସେମାନଙ୍କୁ ବଡ଼ଚଣା ବ୍ଲକ୍ ବିଡ଼ିଓ ଓ ସ୍ଥାନୀୟ ଜନ ପ୍ରତିନିଧି ଓ ମିଶନ ଶକ୍ତି ମହିଳାମାନେ ସ୍ୱାଗତ କରିଥିଲେ ।ଚମ୍ପାପୁର ଅଞ୍ଚଳର ମହାଦେବ ପ୍ରଡ୍ୟୁସର ଗ୍ରୁପର ୪୦ଜଣ ମିଶନ ଶକ୍ତି ମହିଳାମାନେ କାଇଁଚରେ ବିଭିନ୍ନ ଜିନିଷ ତିଆରି କରି ବେଶ ସ୍ୱାବଲମ୍ବୀ ହୋଇପାରିଛନ୍ତି । କାଇଁଚ ଶିଳ୍ପରେ ଚମ୍ପାପୁର ମିଶନ ଶକ୍ତି ମହିଳାମାନେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ୪ ଜିଲ୍ଲାରୁ ଆସିଥିବା ବ୍ଲକ୍ ଅଧ୍ୟକ୍ଷମାନେ କାଇଁଚ ହସ୍ତଶିଳ୍ପ ବୁଲି ଦେଖିବା ସହ ବିଭିନ୍ନ କାଇଁଚ ତିଆରି ସାମଗ୍ରୀ କିଣିଥିଲେ । ରାଜ୍ୟ ସରକାର ମିଶନ ଶକ୍ତି ମହିଳାଙ୍କୁ ଯେଉଁଭଳି ଭାବେ ପ୍ରୋତ୍ସାହନ ଦେଉଛନ୍ତି ତାହା ଗ୍ରାମାଞ୍ଚଳରେ ପ୍ରତିଫଳିତ ହେଉଛି । ଯାହା ଚମ୍ପାପୁର ମିଶନ ଶକ୍ତି ମହିଳାମାନେ ପ୍ରମାଣ କରି ଦେଖାଇ ପାରିଛନ୍ତି ବୋଲି ବ୍ଲକ୍ ଅଧ୍ୟକ୍ଷ ମତ ଦେଇଛନ୍ତି । ଏ ନେଇ ବ୍ଲକ୍ ଅଧ୍ୟକ୍ଷମାନେ ବୁଲି ଦେଖିବା ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ନିଜ ଅଞ୍ଚଳରେ କେଉଁଭଳି ମହିଳାମାନେ ହସ୍ତଶିଳ୍ପ କାର୍ଯ୍ୟ ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ କାର୍ଯ୍ୟ କରିବେ ବୋଲି ବ୍ଲକ୍ ଅଧ୍ୟକ୍ଷମାନେ ମତ ପ୍ରକାଶ କରିଛନ୍ତି ।
Comments are closed.