ଜମନକିରା : ଗ୍ରାମାଞ୍ଚଳ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ଅବହେଳା ମନୋଭାବ ଯୋଗୁଁ ସାଧାରଣ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଗ୍ରାମରେ ପୋଖରୀ ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ ଅଫିସ ଧାଇଁ ଧାଇଁ ନୟାନ୍ତ ହେବା ପରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସୁବର୍ଣ୍ଣପାଲି ପଞ୍ଚାୟତ ସାଲେଭାଡ଼ି ଗାଁ ଲୋକ ନିଜ ଗାଁ ପୋଖରୀ ଖୋଲା ଆରମ୍ଭ କରିଛନ୍ତି । ଉଦାସୀନ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରି କରି ନିରାଶ ହେଲେ । ଗ୍ରାମର ମହିଳା ଓ ପୁରୁଷ ମିଳିମିଶି ନିଜ ଗାଁ ପାଇଁ ପୋଖରୀ ଖୋଲିଲେ । ପୋଖରୀ ଟିଏ ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ ପ୍ରଶାସନ କି ନେତା କେହି ଶୁଣିଲେ ନାହିଁ ।
କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ସୁବର୍ଣ୍ଣପାଲି ପଂଚାୟତ ସାଲେଭାଡ଼ି ଗ୍ରାମର ଜନସଂଖ୍ୟା ୧୫୦ ରୁ ଉର୍ଦ୍ଧ ରହିଥିବା ବେଳେ ଗାଧୁଆ ସହ ନିତ୍ୟ ବ୍ୟବହାର ପାଇଁ ପୋଖରୀ କି ନଦୀ କିଛି ନାହିଁ । ଖରା ମାସ ଆସିଲେ ଲୋକଙ୍କ ସମସ୍ୟା ଦିଗୁଣିତ ହୋଇଯାଏ । ଏହି ଗ୍ରାମରେ ପୋଖରୀ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଅଧିକାରୀଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଅଧିକାରୀ ଗୁହାରି ଶୁଣିଲେନି । ଶେଷରେ ଗ୍ରାମବାସୀ ନିଜ ଖର୍ଚ୍ଚରେ ପୋଖରୀ ତିଆରି କରିବା ନିଷ୍ପତି ନେଲେ । ଗାଁରେ ଏକ ସଭା କରି ଗ୍ରାମର ପ୍ରତ୍ୟେକ ଲୋକ କିଛି ଅର୍ଥ ସଂଗ୍ରହ କଲେ । ଗ୍ରାମବାସୀ ହାତରେ କୋଡ଼ି, ବେଳଚା, ଗଇତି ଧରି ପୋଖରୀ ଖନନ କାର୍ଯ୍ୟରେ ଲାଗିପଡିଛନ୍ତି । ପ୍ରଚଣ୍ଡ ଖରାକୁ ଖାତିର ନ କରି ଛୁଆରୁ ବୁଢା ପ୍ରଯ୍ୟନ୍ତ ସମସ୍ତେ ପୋଖରୀ କାର୍ଯ୍ୟ ଖୋଲାରେ ଲାଗି ପଡିଛନ୍ତି । ସରକାର ଗ୍ରାମାଞ୍ଚଳ ପୋଖରୀ ଖନନ ପାଇଁ ବିଭିନ୍ନ ଯୋଜନାରେ ଏପରିକି ମନରେଗାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ତେବେ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ସାଲେଭାଡ଼ିବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି । ଫଳରେ ଚାନ୍ଦା ଆଦାୟ କରି ପୋଖରୀ ଖୋଲୁଛନ୍ତି । ଗ୍ରାମର ବୁଦ୍ଧିଜୀବୀ କହନ୍ତି ଏଠିକାର ଅଧିକାଂଶ ଲୋକ ହୀରାକୁଦ ଓ ରେଙ୍ଗାଲି ବୁଡି ଅଞ୍ଚଳରୁ ଆସି ବସବାସ କରୁଛନ୍ତି । ଏଠିକାର ସମସ୍ୟା ଆଜି ଅବା କାଲିର ନୁହେଁ ଦୀର୍ଘ ବର୍ଷରୁ ଦାବୀ କରି ଆସୁଥିଲେ ମଧ୍ୟ ଆଦ୍ୟାବିଧି ଦାବୀ ପୂରଣ ହେଉନି । ସରକାରୀ ନିର୍ବାଚନ ସମୟରେ ଅନେକ ଗୁଡିଏ ଯୋଜନା କରଥାନ୍ତି । କି;ୁ ନିର୍ବାଚନ ସରିଲେ ସବୁ ପ୍ରତିଶୃତି ଭୁଲି ଯାଉଥିବାର ଅଭିଯୋଗ କରିଛନ୍ତି । ଗ୍ରାମବାସୀ ପୋଖରୀ ଟିଏ ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଶେଷରେ ଏହି ଅଞ୍ଚଳରେ ନୂତନ ପୋଖରୀ ଖନାନ କରି ଲୋକେ ଉଦାହରଣ ସୃଷ୍ଟି କରିଛନ୍ତି ।
Comments are closed.