ଜାନୁଆରୀ ୧୮ରୁ ୨୨ ହେବ ଲୋକମହୋତ୍ସବ ଚଇତି

ରାୟଗଡା: ଜାନୁୟାରୀ ୧୮ରୁ ୨୨ ଯାଏଁ ଅନୁଷ୍ଠିତ ହେବ ରାୟଗଡ ଜିଲ୍ଲାର ଲୋକମହୋତ୍ସବ ଚଇତି । ଏ ନେଇ ବୈଠକରେ ଅଧିକାଂଶ ସଦସ୍ୟଙ୍କ ପ୍ରସ୍ତାବ କ୍ରମେ ସ୍ଥିର କରାଯାଇଛି । ଜିଲ୍ଲାପାଳ ସ୍ୱଧା ଦେ ସିଂଙ୍କ ଅଧ୍ୟକ୍ଷତାରେ ଚଇତି ଆୟୋଜନ ନିମନ୍ତେ ସୋମବାର ଅନୁଷ୍ଠିତ ପ୍ରଥମ ବୈଠକରେ ଅନୁସୂଚିତ ଜନଜାତି ବିକାଶ,ସଂଖ୍ୟା ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଏସପି ବିବେକାନନ୍ଦ ଶର୍ମା, ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୂୟା ମାଝି, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରମୁଖ ଯୋଗଦାନ କରି ଚଇତି ଆୟୋଜନ ସମ୍ପର୍କରେ ସଦସ୍ୟମାନଙ୍କ ମତାମତ ଲୋଡ଼ାଯାଇଥିଲା ।

January 18 to 22 will be the folk festival of Chaiti

ଆସନ୍ତା ଜାନୁୟାରୀ ମାସର ୧୨ ତାରିଖରୁ ୨୯ତାରିଖ ଯାଏଁ ହକି ବିଶ୍ୱ କପ ଆୟୋଜନ ହେଉଥିବାରୁ ଏହି ସମୟରେ ରାଜ୍ୟରେ ଜିଲ୍ଲା ମହୋତ୍ସବଗୁଡିକର ଆୟୋଜନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବାରୁ ଚଇତି ମହୋତ୍ସବର ଦିନ ଧାର୍ଯ୍ୟ କରିବା ନିମନ୍ତେ ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ସିଂ ପ୍ରସ୍ତାବ ଦେଇଥିଲେ । ବୈଠକରେ ଅଧିକାଂଶ ସଦସ୍ୟ ଏଥି ନିମନ୍ତେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରିଥିଲେ । ଶେଷରେ ଜାନୁଆରୀ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି ।

January 18 to 22 will be the folk festival of Chaiti

ଚଇତି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସୁନ୍ଦର ଭାବେ ଆୟୋଜନ କରାଯିବ ଓ ପୂର୍ବରୁ ଜନସାଧାରଣଙ୍କ ଯେଭଳି ଭାବରେ ଯୋଗଦାନ ରହୁଥିଲା ଚଳିତ ବର୍ଷ ମଧ୍ୟ ରହିବ ବୋଲି ଜିଲ୍ଲାପାଳ ବୈଠକରେ କହିଥିଲେ। ବୈଠକରେ ଅନ୍ୟାମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର,ଗୁଣପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ଜିଲ୍ଲା ମଂଗଳ ଅଧିକାରୀ ଅଶୋକ କୁମାର ଶତପଥି,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁର, ସହକାରୀ ନିର୍ଦ୍ଦେଶକ ଓରମାସ ମନୋଜ କୁମାର ପାତ୍ର, ଏପିଡ଼ି ଫାଇନାନ୍ସ ରଶ୍ମି କାନ୍ତ ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ,ବରିଷ୍ଠ ନାଗରିକ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଡ଼ଃ ନରେନ୍ଦ୍ର କୁମାର ମିଶ୍ର, ସାହିତ୍ୟ ଏକାଡ଼ମି ସଦସ୍ୟ ସୁଶାନ୍ତ କୁମାର ନାୟକ, ଓକିଲ ସଂଘର ସମ୍ପାଦକ, ମଙ୍ଗଳ ମୂର୍ତ୍ତି ବେଉରିଆ, ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ, ଗଣମାଧ୍ୟମ ସଙ୍ଘଠନର ଅଜୟ ରଥ, ରଞ୍ଜନ କୁମାର ରଥ,ଯୋଗେଶ୍ୱର ଦାସ, ଦୀପକ କୁମାର ପୃଷ୍ଟି, ଶିବ ନାରାୟଣ ଗୌଡ଼,ସୁରେଶ ଦାଶ,ଗୁରୁ ପ୍ରସାଦ ସାହୁ,ଗଜମୋହନ ଗରଡ଼ିଆ, ସରୋଜ କୁମାର ସାହୁ,ନବୀନ ସାହୁ,ରାମଦାଶ ଲିମା ଓ ଅନ୍ୟାନ୍ୟ ସଙ୍ଘଠନର ବ୍ୟକ୍ତି ମାନେ ଯୋଗଦାନ କରି ମତାମତ ଦେଇଥିଲେ ।

Har Ghar Tiranga