ଜାପାନର ଡଲ୍‌ ଭିଲେଜ

ଜାପାନ: ଜାପାନ ଦୁନିଆର ଏପରି ଏକ ଦେଶ ଯାହା ଟେକ୍ନୋଲୋଜିରେ ଅଗ୍ରଣୀ ବୋଲି ବିବେଚନା କରାଯାଏ । ନିଜ ସମ୍ବଳ ଏବଂ ସମ୍ପତ୍ତିକୁ ନେଇ ବହୁ ଅଗ୍ରଗତି କରିଥିବା ଜାପାନରେ ଗୋଟିଏ ହିଁ ସମସ୍ୟା ରହିଯାଇଛି । ତାହା ହେଉଛି ଏଠାରେ ଧୀରେ ଧୀରେ ଗାଁଗୁଡ଼ିକ ଲୋପ ପାଇଯାଉଛି । ଦେଶରେ ବୟସ୍କଙ୍କ ଜନସଂଖ୍ୟା ଅଧିକ ହେବା କାରଣରୁ ଗାଁରେ ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି । ଏଭଳି ପରିସ୍ଥିତି ମଧ୍ୟରେ ଜାପାନରେ ଏପରି ଏକ ଅଜବ ଗାଁ ରହିଛି, ଯେଉଁଠି ମଣିଷ ଅପେକ୍ଷା ଅଧିକ କେ„ଇ ଦେଖିବାକୁ ମିଳେ ।
ଜାପାନର ଡଲ୍‌ ଭିଲେଜ

‘ନଗୋରୋ’ ନାମକ ଏହି ଗାଁରେ ବହୁତ କମ୍‌ ଲୋକ ରହୁଛନ୍ତି । ପୂର୍ବରୁ ଗାଁରେ ୩୦୦ ଲୋକ ରହୁଥିବା ବେଳେ ଏବେ ସେଠାରେ ମଣିଷ ଅପେକ୍ଷା ଅଧିକ କେ„ଇ ଦେଖାଯାଉଛି । ଏହି ଗାଁର ଗଳିକନ୍ଦିରେ କେବଳ କେ„ଇ ଏବଂ ପୁତ୍ତଳିକା ଦେଖାଯାଉଛନ୍ତି । ତେବେ ଏହିସବୁ କେ„ଇକୁ ରଖିବାର ଏକମାତ୍ର କାରଣ ହେଉଛି ଯେ ସେମାନେ ଏଠାରେ ଥିବା ଲୋକଙ୍କ ନିଃସଙ୍ଗତା ବା ଏକଲାପଣକୁ ଦୂର କରନ୍ତି । ସୂଚନା ଅନୁଯାୟୀ ଏହି କେ„ଇଗୁଡ଼ିକୁ ଗାଁରେ ରହୁଥିବା ସୁକିମୋ ଆୟୋ ନାମକ ଜଣେ ମହିଳା ତିଆରି କରିଛନ୍ତି ।
ଜାପାନର ଡଲ୍‌ ଭିଲେଜ

ପୂର୍ବରୁ ସେ କେବଳ ଖେଳ ପାଇଁ କେ„ଇ ତିଆରି କରୁଥିଲେ ହେଲେ ପରେ ଏହାକୁ ନିଜର ସଉକରେ ପରିଣତ କରିଥିଲେ ଏବଂ ନିଜର ଏକୁଟିଆପଣକୁ ଦୂର କରିବାମିଶନରେ ଲାଗିପଡ଼ିଥିଲେ । ଗାଁର ସ୍ଥାନୀୟ ଭାଷା ଅନୁଯାୟୀ ଏହି ଡଲ୍‌ଗୁଡ଼ିକୁ ବିଜୁକା କୁହାଯାଏ । ଏହି ବିଜୁକା କେବଳ ଘରେ ନୁହେଁ ବରଂ ଅଗଣାରେ, ରାସ୍ତାରେ ଏବଂ ଏମିତିକି ଚାଷ ଜମିରେ ଦେଖିବାକୁ ମିଳେ । କେତେକ ଲୋକ ଏମାନଙ୍କ ସହ ବସି କଥା ହେଉଥିବା ଲକ୍ଷ୍ୟ କରାଯାଇଛି ।
ଜାପାନର ଡଲ୍‌ ଭିଲେଜ

ରିପୋର୍ଟ ଅନୁଯାୟୀ ପୂର୍ବରୁ ଏହି ଗାଁରେ ପ୍ରଥମେ ଏକ ସ୍କୁଲ ଥିଲା, ଯାହା ପରବର୍ତ୍ତୀ ସମୟରେ ବନ୍ଦ କରିଦିଆଗଲା । ଏବେ ଏହି ସ୍କୁଲରେ କେ„ଇ ବସିଥିବା ନଜର ଆସୁଛନ୍ତି । ସ୍କୁଲରେ ପିଲାଙ୍କ ବ୍ୟତୀତ କେ„ଇରେ ଶିକ୍ଷକ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଗାଁକୁ ସମ୍ପୂର୍ଣ୍ଣ କେ„ଇରେ ସଜାଇବା ପାଇଁ ଗାଁଲୋକଙ୍କୁ ଏକ ବର୍ଷ ସମୟ ଲାଗିଥିଲା । ହେଲେ ଏହି ଗାଁର ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।
ଜାପାନର ଡଲ୍‌ ଭିଲେଜ

Comments are closed.