ଭୁବନେଶ୍ଵର: ଏ ବର୍ଷ ଯାତ୍ରା ଜଗତରୁ ଦୂରେଇ ରହିପାରନ୍ତି ପୀୟୁଷ ତ୍ରିପାଠୀ । ସୋସିଆଲ୍ ମିଡିଆରେ ପୀୟୁଷଙ୍କ ବାପାଙ୍କ ଚିଠିକୁ ନେଇ ବଢିଲା ଚର୍ଚ୍ଚା । ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ ଚିଠି ଲେଖିଲେ ପୀୟୁଷଙ୍କ ବାପା । ଏନେଇ ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ପୀୟୁଷଙ୍କ ବାପା । ଏଥିସହ ୨ଟି ପାର୍ଟି ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇ ନିଅନ୍ତୁ ବୋଲି କହିଛନ୍ତି ପୀୟୁଷଙ୍କ ବାପା ।
ଗତ କିଛି ଦିନ ତଳେ ବିବାଦ ଘେରରେ ଫସିଥିଲେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ । ଯାତ୍ରାରେ ଅଭିନୟ ପାଇଁ ୫୫ ଲକ୍ଷ ଟଙ୍କା, ଗାଡି ନେଇଥିଲେ । ଏପରିକି ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଶପଥ କରିଥିଲେ । କିନ୍ତୁ ପରେ ମନା କରିଥିଲେ ଉକ୍ତ ଯାତ୍ରା ଅନୁଷ୍ଠାନରେ କାମ କରିବେନି ବୋଲି ।
ଏପରିକି ଫୋନ କଲେ ରିସିଭ୍ ମଧ୍ୟ କରୁ ନଥିବା ଅଭିଯୋଗ ହୋଇଥିଲା । ପିୟୁଷଙ୍କ ନାଁରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଥିଲେ ଯାତ୍ରା ସିଂହବାହିନୀର ମାଲିକ ସଂଜୀବ ପାଢି ।