ଖାଦ୍ୟ ପରଷୁଛୁ ଜେସିବି

ଘର ତିଆରି କାମରେ ଜେସିବି ଓ କଂକ୍ରିଟ୍‌ ମିକଶcର ମେସିନର ବ୍ୟବହାର ଆପଣମାନେ ଦେଖିଥିବେ କିନ୍ତୁ ଏଠି ଆମେ ଏହି ମେସିନ୍‌ ଦ୍ୱାରା ଖାଦ୍ୟ ପ୍ରସ୍ତୁତି ଓ ପରଷା ଯାଉଥିବା କଥା କହିବାକୁ ଯାଉଛୁ । ଭାଇରାଲ୍‌ ଭିଡିଓରୁ ଜଣାପଡୁଛି ଏକ ବିଶାଳ କଡେଇରେ ପ୍ରସ୍ତୁତ ଖାଦ୍ୟକୁ ଜେସିବି ସହାୟତାରେ ଟ୍ରାକଫରରେ ଢଳାଯାଉଛି । ସେହିପରି ମାଲପୁଆ ଘୋଳ ତିଆରିରେ କଂକ୍ରିଟ୍‌ ମିକଶcରର ଉପଯୋଗ କରାଯାଉଥିବାର ଦେଖିବାକୁ ମିଳୁଛି ।

jcb tractor trolley serving food concrete-mixer preparing malpua

ଏହି ଅଭିନବ ଉପାୟ ଭିଣ୍ଡ ଜିଲ୍ଲା ଦନ୍ଦରୋଆ ଧାମରେ ଆପଣାଯାଇଛି ଯେଉଁଠି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକତ୍ରିତ ହେବା କଥା କୁହାଯାଉଛି । ଏହି ଧାମରେ ୧୧ ଦିନ ବ୍ୟାପି ସିୟପିୟ ମିଳନ ସମାରୋହ ଆୟୋଜିତ ହେଉଛି । ଦେଶର ବିଭିନ୍ନ ରାଜ୍ୟରୁ ଲୋକମାନେ ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଏକ ଝଲକ ପାଇବାକୁ ଏଠାରେ ପହଞ୍ଚିଛନ୍ତି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଭୋଜନ ପ୍ରସାଦର ବ୍ୟବସ୍ଥା କରାଯାଉଛି ଯାହା ପ୍ରସ୍ତୁତ କରିବା ଲାଗି ବଡ ବଡ ମେସିନର ସହାୟତା ନିଆଯାଉଛି । ଏଠାରେ ଦୈନିକ ୫୦ ହଜାରରୁ ଅଧିକ ଲୋକ ପ୍ରସାଦ ଗ୍ରହଣ କରୁଥିବା ବେଳେ ୨୦୦ଜଣିଆ ରୋଷେଇ ଟିମ୍‌ ଖାଦ୍ୟ ପ୍ରସ୍ତୁତି ଲାଗି ନିଯୁକ୍ତ ହୋଇଛନ୍ତି ।

jcb tractor trolley serving food concrete-mixer preparing malpua

ମନ୍ଦିର ପ୍ରବନ୍ଧକ ପ୍ରସାଦ ତିଆରିରେ ଜେସିବି ଓ କଂକ୍ରିଟ୍‌ ମିକଶcର ମେସିନ ଲଗାଇଛନ୍ତି । ମିକଶ୍ଚର ମେସିନ୍‌ ମାଲପୁଆ ଘୋଳ ପ୍ରସ୍ତୁତ କରୁଥିବା ବେଳେ ଖାଦ୍ୟ ପ୍ରସ୍ତୁତି ସ୍ଥାନରୁ ଭଣ୍ଡାର ଘର ପର୍ଯ୍ୟନ୍ତ ପୁରୀ, ତରକାରୀ ଓ ଅନ୍ୟ ସାମଗ୍ରୀ ଟ୍ରାକଫର ଟ୍ରଲିରେ ପଠାଯାଉଛି । ୧୫ ନଭେମ୍ବରରୁ ଏଠାରେ ଥିବା ବାଗେଶ୍ୱର ଧାମରେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ପ୍ରବଚନ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଏଠାରେ ୪ ଲକ୍ଷ ଲୋକଙ୍କ ଭିଡ ହୋଇଥିବା ଅନୁମାନ କରାଯାଉଛି । ଏକଦା ଅପରାଧିକ ଅଞ୍ଚଳ ଭାବରେ କୁଖ୍ୟାତି ଅର୍ଜନ କରିଥିବା ଚମ୍ବଲରେ କେହି ଯେପରି ଅପରାଧ କରିବେ ନାହିଁ କି ଅପରାଧ ଘଟିବାକୁ ଦେବେ ନାହିଁ ସେ ନେଇ ମହନ୍ତ ସମସ୍ତଙ୍କୁ ଶପଥ କରାଉଛନ୍ତି ।

Comments are closed.