ଆମାଜନ ସିଇଓଙ୍କ ନୂଆ ଫ୍ୟାଶନ

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଆମାଜନ୍‌ର ସିଇଓ ଜେଫ୍‌ ବେଜୋସ୍‌ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଜୀବନଶୈଳୀ ଏବଂ ତାଙ୍କ ଉତ୍ସାହପୂର୍ଣ୍ଣ କଥାରେ ସମସ୍ତେ ଆକର୍ଷିତ ହୋଇଥାନ୍ତି । ସେ ନିଜ ଜୀବନର ସମସ୍ତ ଖୁସି ଏବଂ ଗୁରତ୍ୱପୂର୍ଣ୍ଣ ମୂହୂର୍ତ୍ତକୁ ସୋସିଆଲ ମିଡିଆରେ ସେୟାର୍‌ କରିଥାନ୍ତି । ନିକଟରେ ସେ ନୂଆବର୍ଷର ଉତ୍ସବ ପାଳନର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର୍‌ କରିଛନ୍ତି । ସେଥିରେ ଜେଫ୍‌ ତାଙ୍କ ଗର୍ଲଫ୍ରେଣ୍ଡ ଲୋରେନ୍‌ସ ସାଞ୍ଚେଜଙ୍କ ସହ ନୂଆ ବର୍ଷ ୨୦୨୨ କୁ ସ୍ୱାଗତ କରୁଛନ୍ତି ।
ଆମାଜନ ସିଇଓଙ୍କ ନୂଆ ଫ୍ୟାଶନ

ବିଶେଷ କଥା ହେଲା, ଜେଫ୍‌ ପାର୍ଟିରେ ୮୦ ଦଶକର ଫ୍ୟାଶନକୁ ଆପଣେଇଛନ୍ତି । ଏକ ଡିସ୍କୋ ପାର୍ଟିର ଅୟୋଜନ କରି ସେ ତାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଏଥିରେ ସାମିଲ କରଇଛନ୍ତି ।

ଜେଫ୍‌ଙ୍କ ସେହି ଥିମ୍‌ ଡିସ୍କୋ ପାର୍ଟିରେ ସମସ୍ତେ ୮୦ ଦଶକର ଭିଣ୍ଟେଜ୍‌ ପୋଷାକ ପିନ୍ଧିଛନ୍ତି । କିନ୍ତୁ ଜେଫ୍‌ଙ୍କ ଫ୍ୟାଶନ ନିଆରା । ସେ ଏକ ଭିଣ୍ଟେଜ୍‌ ୭୦ ଦଶକ ସାର୍ଟ, ଧଳା ରଙ୍ଗର ପ୍ୟାଣ୍ଟ ଏବଂ ଲଭ୍‌ ଆକାରର ଏକ ଚଷମା ପିନ୍ଧିଛନ୍ତି । ଜେଫ୍‌ ବେଜୋସଙ୍କ ଏହି ନୂଆ ଲୁକ୍‌କୁ ଦେଖି ତାଙ୍କ ସମସ୍ତ ପ୍ରଶଂସକ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି ଏବଂ ୮୦ ଦଶକର ଫ୍ୟାଶନକୁ ସେମାନେ ଫଲୋ କରିବେ ବୋଲି ପ୍ରକାଶ କରିଛନ୍ତି ।
ଆମାଜନ ସିଇଓଙ୍କ ନୂଆ ଫ୍ୟାଶନ
ସାଞ୍ଚେଜଙ୍କ ପୁଅ ନିେMା ଗୋଞ୍ଜାଲେଜ୍‌ ମଧ୍ୟ ଡିସ୍କୋ ପାର୍ଟିରେ ସାମିଲ ରହିଥିଲେ । ଏକ ରିପୋର୍ଟ ଅନୁଯାୟୀ, ଏହା ଏକ ପାରିବାରିକ ଡିସ୍କୋ ପାର୍ଟି ଥିଲା ଯେଉଁଥିରେ ଅନେକ ଲୋକ ଉପସ୍ଥିତ ରହିଥିଲେ ।

Comments are closed.