ନୂଆଦିଲ୍ଲୀ: ଏକ ମନି ଲଣ୍ଡରିଂ ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ମଙ୍ଗଳବାର ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଜମ୍ମୁ- କଶ୍ମୀର କ୍ରିକେଟ୍ ଆସୋସିଏସଙ୍କ ଆର୍ଥିକ ଅନିୟମିତତା ଅଭିଯୋଗରେ ଆଗତ ହୋଇଥିବା ଏକ ମନି ଲଣ୍ଡରିଂ ମାମଲାରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜସିଟ୍ ଦାଖଲ କରିଛି ।
ଏହି ମାମଲାର ତଦନ୍ତ କାଳରେ ୮୪ ବର୍ଷ ବୟସ୍କ ଅବଦୁଲ୍ଲାଙ୍କୁ ମେ ୩୧ରେ ଶ୍ରୀନଗରରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ଇଡି ଦ୍ୱାରା ଜେରା କରାଯାଇଥିଲା । ଏହି ମାମଲା ଜମ୍ମୁ କଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ)କୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦ୍ୱାରା ଦିଆଯାଇଥିବା ଅନୁଦାନ ଅର୍ଥରେ ଅନିୟମିତତା ଅଭିଯୋଗ ସହିତ ଜଡିତ ଥିଲା । ଅଭିଯୋଗ ହୋଇଥିଲା ଯେ ୨୦୦୨ରୁ ୨୦୧୧ ମଧ୍ୟରେ ୪୩ କୋଟିରୁ ଅଧିକ ଟଙ୍କାର ପାଣ୍ଠି (ଇଡି ବର୍ତ୍ତମାନ ଦାବି କରୁଛି ଯେ ଏହା ୫୦ କୋଟିରୁ ଅଧିକ) ଜେକେସିଏରୁ ହଡ଼ପ କରା ଯାଇଥିଲା । ଏହି ପାଣ୍ଠି ଜେକେସିଏକୁ ବିସିସିଆଇ ଦ୍ୱାରା ଦିଆଯାଇଥିବା ୧୧୨କୋଟି ଟଙ୍କା ଅନୁଦାନର ଏକ ଅଂଶ ଥିଲା ।
୨୦୨୦ରେ ଜାତୀୟ ତଦନ୍ତ ଏଜେନ୍ସି ଏହି ମାମଲାରେ ୧୪.୩୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା । ଏସବୁ ସମ୍ପତ୍ତି ଅହସାନ ଅହମ୍ମଦ ମିର୍ଜା, ମୀର ମଞ୍ଜୁର ଗଜାନଫର ଏବଂ ଅବଦୁଲ୍ଲାଙ୍କ ରହିଥିଲା । ଏହାବାଦ ଅବଦୁଲ୍ଲାଙ୍କ ଗୁପକର ରୋଡସ୍ଥିତ ବଙ୍ଗଳାକୁ ମଧ୍ୟ ଇଡି ବାଜ୍ୟାପ୍ତ କରିଥିଲା ।
Comments are closed.