ଯୋରନ୍ଦା: ଫେବୃଆରୀ ୧୫: ଆଜିଠୁ ଆରମ୍ଭ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା । ୩ ଦିନ ଧରି ଚାଲିଥିବା ଏହି ମେଳାରେ ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥଙ୍କ ସମାଗମ ହୋଇଥାଏ । ଉଭୟ ବକ୍କଳ ଧାରୀ ଓ କୌପିନଧାରୀ ମହିମା ସମାଜ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ତେବେ ଚଳିତ ଥରର ମାଘ ମେଳା ବିନା ଶ୍ରଦ୍ଧାଳୁଙ୍କ ଦ୍ୱାରା ପାଳନ କରାଯାଉଥିବାବେଳେ କେବଳ ସାଧୁସନ୍ଥଙ୍କୁ ଏଠାକୁ ଆସିବାକୁ ଅନୁମତି ମିଳିଛି । କୋଭିଡ଼ ପରିସ୍ଥିତି ପାଇଁ ଅଣଟିକାକୃତ ସାଧୁଙ୍କ ପାଇଁ ଟିକାକରଣର ବ୍ୟବସ୍ଥା କରାଯାଇଛି। ଦୁଇଟି ଡୋଜ ନେଇଥିବା ସନ୍ଥଙ୍କୁ ଗାଦୀ ମନ୍ଦିର ଭିତରକୁ ପ୍ରବେଶର ଅନୁମତି ମିଳିଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଏଠାରେ ସନ୍ଧ୍ୟାରେ ବିଶ୍ଵର ମଙ୍ଗଳ କାମନା କରି ଘିଅରେ ଝାଡଦ୍ଵୀପ ପ୍ରଜ୍ଵଳନ କରାଯିବ। ସାଧୁ ସନ୍ଥଙ୍କ ସମାଗମକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ବିଭିନ୍ନ ପ୍ରସ୍ତୁତି କରିଛି ।
Comments are closed.