‘ସମୟ’ର ବରିଷ୍ଠ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ମୋବାଇଲ ଛଡ଼ାଇ ନେଇଗଲେ ଦୁଇ ଲୁଟେରା

ଭୁବନେଶ୍ୱର: ଅକ୍‌ଟୋବର ୧: ରାଜଧାନୀରେ ଉତ୍ପାତ କରୁଛନ୍ତି ଲୁଟେରା । ଲୁଟିବା ସମୟରେ ପାଲଟି ଯାଉଛନ୍ତି ହିଂସ୍ର ଓ କରୁଛନ୍ତି ମରଣାନ୍ତକ ଆକ୍ରମଣ । ଏହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି । ସମୟ ଖବରକାଗଜର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ଦୁଇ ଜଣ ଲୁଟେରା ଆକ୍ରମଣ କରିଛନ୍ତି । ଆକ୍ରମଣ ସମୟରେ ସେମାନେ ପାଲଟି ଯାଇଛନ୍ତି ହିଂସ୍ର । ଲୁହା ରଡ଼ରେ ଦୁଇ ଜଣ ଲୁଟେରା ତାଙ୍କ ମୁଣ୍ଡକୁ ଆଘାତ କରିଛନ୍ତି । ରକ୍ତ ଜୁଡ଼ୁବୁଡ଼ୁ ଆହତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଡେଲଟା ଛକ ପାଖରେ ମର୍ଣ୍ଣିଂୱାକ୍‌ କରୁଥିବା ସମୟରେ ଦୁଇ ଜଣ ଲୁଟେରା ସ୍କୁଟିରେ ଆସି ସାମ୍ବାଦିକ ସତ୍ୟଙ୍କ ଠାରୁ ମୋବାଇଲ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଏହିପରିକି ମୋବାଲ ଦେ କହିା ଲୁଟେରା ତାଙ୍କୁ ଡ଼ରାଇଥିଲେ । ସାମ୍ବାଦିକ ଭୟଭୀତ ନହେବା ଦେଖି ଲୁଟେରା ଲୁହା ରଡ଼ ବାହାର କରିଥିଲେ । ଏହାପରେ ସେମାନେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ ଓ ମୋବାଇଲ ଛଡ଼ାଇ ନେଇଯାଇଥିଲେ । ଆକ୍ରମଣରେ ସାମ୍ବାଦିକ ମୁଣ୍ଡ ଫାଟିଯାଇଥିଲା ଓ ସେ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଥିଲେ । ଘଟଣା ସ୍ଥଳରେ କିିଛି ଲୋକ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ଖବର ପାଇ କମିସନରେଟ୍‌ ପୁଲିସ ଉକ୍ତ ଦୁଇ ଯୁବକଙ୍କୁ ଖୋଜୁଥିବା ଖବର ମିଳିଛି ।

Comments are closed.