ବରିଷ୍ଠ ପଞ୍ଜିକାର ଜ୍ୟୋତିଷାଚାର୍ଯ୍ୟ ନରସିଂହ ଶତପଥୀଙ୍କ ପରଲୋକ

ବ୍ରହ୍ମପୁର : ବିଶିଷ୍ଟ ପଞ୍ଜିକାର ତଥା ଜ୍ୟୋତିଷାଚାର୍ଯ୍ୟ ନରସିଂହ ଶତପଥୀ ଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା I ସେ ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟ ଖଟିଆ ରାମଚନ୍ଦ୍ରପୁର ଗାଁ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଶାରେ ବହୁଳଭାବରେ ଆଦୃତ ରାଧାରମଣ ପଞ୍ଜିକାର ସେ ଥିଲେ ଗଣନାକାରୀ I ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି I

ପଣ୍ଡିତ ନରସିଂ ଶତପଥି କିଛିଦିନ ପୂର୍ବରୁ ଅସୁସ୍ଥ ଥାଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ I ମାତ୍ର ଚଉଦ ବର୍ଷ ବୟସରେ ସେ ପାଞ୍ଜି ଗଣନାରେ ସାମିଲ ହୋଇଥିଲେ । ରାଧାରମଣ ପଞ୍ଜିକା ଓଡ଼ିଆ ସଂସ୍କୃତି ସହିତ ଜଡିତ ଥିବା ବେଳେ ତାଙ୍କ ଗଣନାକୁ ନେଇ ପ୍ରକାଶିତ ହେଉଥିବା ପଞ୍ଜିକା ଜନ ମାନସରେ ମଠ, ମନ୍ଦିରରେ ବେଶ ଆଦୃତ ରହିଆସିଛି I

Comments are closed.