ଦିଲ୍ଲୀ: ସୋସିଆଲ ମିଡିଆରେ ଆଜିକାଲି ଟ୍ରେଣ୍ଡ୍ରେ ଥିବା ‘କଚ୍ଚା ବାଦାମ’ ଗୀତର ତାଳେ ତାଳେ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଏହାର ଗାୟକ ଭୁବନ ବାଦାୟକର ମଧ୍ୟ ବେଶ୍ ଲୋକପ୍ରିୟ ହେବାରେ ଲାଗିଛନ୍ତି । ନିକଟରେ ଭୁବନଙ୍କୁ ଏକ ମୁ୍ୟଜିକ କମ୍ପାନୀ ଭାଇରାଲ ଗୀତ ‘କଚ୍ଚା ବାଦାମ’ ପାଇଁ ୩ ଲକ୍ଷ ଟଙ୍କା ଦେଇଛନ୍ତି ।
କେବଳ ସେତିକି ନୁହେଁ ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି । ତାଙ୍କ ଗୀତ ପ୍ରତି ଲୋକଙ୍କ ଭଲପାଇବା ଦେଖି ଭୁବନଙ୍କ ଡିମାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗଲାଦେଶରୁ ଅନେକ ଅଫର୍ ମିଳୁଥିବା ଖବର ମିଳିଛି । ଷ୍ଟେଜ୍ ଶୋ ପାଇଁ ତାଙ୍କୁ ନିମନ୍ତ୍ରିତ କରାଯାଉଛି ।
ସୂଚନା ଅନୁଯାୟୀ କିଛି ଦିନ ତଳେ ଏକ ଇଣ୍ଟରଭୁ୍ୟରେ ଭୁବନ ନିଜ ଦୁଃଖ ପ୍ରକାଶ କରି କହିଥିଲେ, ସେ ଏକ ମୁ୍ୟଜିକ ଷ୍ଟୁଡିଓ ସହ ଗୀତ ସୁଟ୍ କରିଥିଲେ ଏବଂ ତାଙ୍କର ଅଡିଓ-ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ହେଲେ ଏଯାଏଁ ତାଙ୍କର ପାରିଶ୍ରମିକ ମିଳିନି । ଏ ଖବର ଜଣାପଡ଼ିବା ପେର ଭୁବନଙ୍କ ପ୍ରଶଂସକମାନେ ଅଧିକାର ଦାବି କରିବାକୁ ଲାଗିଲେ ।
ଏହା ଦେଖି ସେହି ମୁ୍ୟଜିକ ଷ୍ଟୁଡିଓ ଭୁବନଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ‘କଚ୍ଚା ବାଦାମ’ର ରିମିକ୍ସ ରେକର୍ଡ କରିଥିଲେ । ଭୁବନ ପଶ୍ଚିମବଙ୍ଗର କୁରାଲଗୁରୀ ଗାଁର ବାସିନ୍ଦା । ନିଜ ଜୀବିକା ପାଇଁ ଗାଁ ଗାଁରେ ବାଦାମ ବିକ୍ରି କରିଥାନ୍ତି । ସାଇକେଲରେ ବୁଲି ବୁଲି ମଧୁର କଣ୍ଠରେ ଗୀତ ଗାଇ ବାଦାମ ବିକ୍ରି କରନ୍ତି । ନିଆରା ଶୈଳୀରେ ବାଦାମ ବିକିବା ପାଇଁ ଭୁବନ ‘କଚ୍ଚା ବାଦାମ’ ଗୀତ ପ୍ରସ୍ତୁତ କରିଥିଲେ, ଯାହା ଭାଇରାଲ ହୋଇଥିଲା ।
Comments are closed.