କଳିଙ୍ଗ ଷ୍ଟାଡିୟମରେ ପୁଣି ହକି ମାନିଆ

ସମୟ ଲାଇଭ,୩୦/୧୦: ଟୋକିଓ ଅଲମ୍ପିକସ ପାଇଁ ଆଉ ମାତ୍ର କେତେଟା ମାସର ଅପେକ୍ଷା ୲ ଏପଟେ ଅଲମ୍ପିକ ଯୋଗ୍ୟତା ହାସଲ ଲକ୍ଷରେ ପୁରା ତୟାର ଉଭୟ ଭାରତୀୟ ମହିଳା ଓ ପୁରୁଷ ଟିମ ୲ ଆଉ ଦୁଇ ମାତ୍ର ଦୁଇ ଦିନ ପରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ସେଥିଲାଗି ପ୍ରସ୍ତୁତି ବି ଶେଷ ପର୍ଯାୟରେ ୲ ଘୋରୋଇ ବାତାବରଣ ସହ କଳିଙ୍ଗ ଷ୍ଟାଡିୟମର ସପୋର୍ଟ ଭାରତୀୟ ଖେଳାଳିଙ୍କୁ ସୁହାୟୀବ ବୋଲି କ୍ରୀଡା ବିଶେଷଜ୍ଞଙ୍କ ମତ ୲ ଏଥର ଷ୍ଟାଡିୟମରେ ଏକ ନୁଆ କଥା ଦେଖିବାକୁ ମିଳିବ ଯାହା ଆଜି ପର୍ୟନ୍ତ କେବେ ହୋଇନଥିଲା ୲ ଦର୍ଶକ ଏଥର ଗୋଟିଏ ଟିକେଟରେ ଦୁଇଟି ମ୍ୟାଚ ଦେଖିବାର ସୁଯୋଗ ପାଇବେ ୲ ଅନ୍ୟପଟେ ଏଯାବତ ଭାରତୀୟ ମହିଳା ଟିମ ଆଜି ଯାଏ କଳିଙ୍ଗ ଷ୍ଟାଡିୟମରେ ଖେଳିନଥିବା ବେଳେ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଛି ୲ ତେଣୁ ଖେଳାଳି ଓ ଟିମମେଣ୍ଟଙ୍କ ମନରେ ଜୋସ ବି ବଢିଲାଣି କେମିତି ଉଭୟ ଟିମ ଯୋଗ୍ୟତା ହାସଲ କରିବେ ୲

Comments are closed.