ବାଙ୍ଗାଲୁରୁ: ମେ ୧୭: ବାଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ କନ୍ନଡ଼ର ଲୋକପ୍ରିୟ ଧାରାବାହିକ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି । ପ୍ଲାଷ୍ଟିକ୍ ସର୍ଜରୀ କାରଣରୁ ୨୧ ବର୍ଷୀୟା ଅଭିନେତ୍ରୀଙ୍କ ଜୀବନ ଯାଇଛି । ସେ ରାଜାଜୀନଗରଠାରେ ଥିବା ‘ସେଟ୍ଟୀସ୍ କସ୍ମେଟିକ୍ ସେଣ୍ଟର’ରେ ସର୍ଜରୀ କରାଇଥିଲେ ।
ସୂଚନା ଅନୁସାରେ, ଅଭିନେତ୍ରୀ ଚେତନା ନିଜ ମୋଟାପଣ କମାଇବା ପାଇଁ ଗତକାଲି ‘ଫ୍ୟାଟ ଫ୍ରି’ ସର୍ଜରୀ କରାଇଥିଲେ । ସର୍ଜରୀ ପରେ ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଡାକ୍ତର ପ୍ରାଥମିକ ରିପୋର୍ଟ ଅନୁସାରେ ତ୍ରୁଟିପୂର୍ଣ୍ଣ ସର୍ଜରୀ କାରଣରୁ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ଫଳରେ ତାଙ୍କ ଜୀବନ ଯାଇଥିଲା । ତେବେ ଅଭିନେତ୍ରୀ ଘରେ ନିଜ ବାପାମାଆଙ୍କୁ ନଜଣାଇ ସାଙ୍ଗମାନଙ୍କ ସହିତ ଯାଇ ମୋଟାପଣ କମାଇବା ସର୍ଜରୀ କରିଥିଲେ । ତ୍ରୁଟିପୂର୍ଣ୍ଣ ସର୍ଜରୀ ବିଷୟରେ ଜାଣିବା ପରେ ଅଭିନେତ୍ରୀଙ୍କ ବାପାମାଆ ଡାକ୍ତରଖାନା ବିରୋଧରେ ନିକଟସ୍ଥ ପୋଲିସ ଷ୍ଟେସନ୍ରେ ଅଭିଯୋଗ କରିଛନ୍ତି । ଚେତନାଙ୍କ ମୃତଦେହ ବର୍ତ୍ତମାନ ଡାକ୍ତରଖାନା ରହିଛି । ଶବବ୍ୟବଚ୍ଛେଦ ପାଇଁ ଅନ୍ୟତ୍ର ସ୍ଥାନକୁ ନିଆଯିବ ବୋଲି ସୂଚନା ମିଳିଛି ।
Comments are closed.