ଜେଲରେ ଥାଇ ନିର୍ବାଚନ ଜିତିଲେ ୱାର୍ଡ ସଭ୍ୟ

କଣ୍ଟାମାଳ : ନିର୍ବାଚନ ସମୟରେ ପ୍ରତିପକ୍ଷ ପ୍ରାର୍ଥୀମାନଙ୍କ ରଣନୀତିକୁ ମାତଦେଇ ଭୋଟର୍‌ଙ୍କୁ ନିଜର କରିବା ପାଇଁ ପ୍ରାର୍ଥୀମାନେ ଦିନରାତି କଠିନ ପରିଶ୍ରମ କରି ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥାନ୍ତି । ଏହି ସମୟରେ ପ୍ରାର୍ଥୀମାନଙ୍କ ନିଦ ହଜିଯାଉଥିବା ବେଳେ ଜେଲ ଭିତରେ ଥାଇ ମଧ୍ୟ ନିର୍ବାଚନରେ ବିଜୟୀ ହୋଇଥିବା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ବନ୍ଧପାଲି ଗ୍ରାମର ୧୨ନମ୍ବର୍‌ ୱାର୍ଡରେ ।

ସୂଚନା ନୁସାରେ, ସଦ୍ୟସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତ ବନ୍ଧପାଲି ଗ୍ରାମର ୧୨ନମ୍ବରୱାର୍ଡ଼ରୁ ୱାର୍ଡ଼ ସଭ୍ୟ ପାଇଁ ସୁଶାନ୍ତ ସାହୁ, ସୁରୁ ପୁଟେଲ ଓ ଝସରୀ ବାଘ ପ୍ରମୁଖ ନାମାଙ୍କନ ଦାଖଲ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । କୌଣସି କାରଣରୁ ଫେବୃୟାରୀ ୪ତାରିଖ ଦିନ ପୋଲିସ ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଜେଲ ଭିତରେ ଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ଯୋଗୁଁ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସୁରୁ ପୁଟେଲଙ୍କ ଠାରୁ ୩୫ ଖଣ୍ଡରୁ ଉର୍ଦ୍ଧ ଭାଟରେ ବିଜୟୀ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ।

ଏହି ୱାର୍ଡରେ ମୋଟ୍‌ ୪୪୬ଟି ଭୋଟହୋଇଥିବାବେଳେ ସୁଶା; ସାହୁଙ୍କୁ କଲମ ଚିହ୍ନରେ ୧୭୦ଖଣ୍ଡ ଭୋଟ, ସୁରୁ ପୁଟେଲଙ୍କୁ ନିକିତି ଚିହ୍ନରେ ୧୪୦ଟି ଭୋଟ ଓ ଝସରୀ ବାଘଙ୍କୁ ଶଗଡ଼ ଚିହ୍ନରେ ୧୦୧ଖଣ୍ଡ ଭୋଟ ପାଇଛନ୍ତି ।

Comments are closed.