ଦିଲ୍ଲୀ : ଫେବୃଆରରୀ ୧୪: ହିଜାବ ବିବାଦ ଯୋଗୁଁ କର୍ଣ୍ଣାଟକରେ ବନ୍ଦ ଥିବା ୧୦ମ ଶ୍ରେଣୀ ଆଜିଠାରୁ ଖୋଲିଛି । ଛାତ୍ରଛାତ୍ରୀମାନେ ଧର୍ମୀୟ ଭାବନା ସହିତ ଜଡ଼ିତ କୌଣସି ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିପାରିବେ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ଶୁଣାଣୀ କରିଥିଲା । ଏହି କାରଣରୁ କେତେକ ସ୍କୁଲର ମୁସଲିମ ଛାତ୍ରୀମାନେ ଶ୍ରେଣୀ ଗୃହରେ ଯୋଗ ଦେଇନାହାନ୍ତି ।
ଅନ୍ୟପକ୍ଷରେ ମାଣ୍ଡ୍ୟା ଜିଲ୍ଲାରେ ଏକ ସରକାରୀ ଅନୁଦାନ ପ୍ରାପ୍ତ ଏକ ସ୍କୁଲର ଗେଟ୍ ପାଖରେ ଛାତ୍ରୀମାନଙ୍କୁ ହିଜାବ ଖୋଲି ଭିରକୁ ପ୍ରବେଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ଛାତ୍ରୀଙ୍କ ସମେତ ସେମାନଙ୍କର ଅଭିଭାବକମାନେ ମଧ୍ୟ ଯୁକ୍ତିତର୍କ କରିଥିବା ନଜର ରହିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।
ଉଡ଼ୁପିରେ ମଧ୍ୟ ଆଜି ସ୍କୁଲ ଖୋଲିଛି । କିନ୍ତୁ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ସ୍କୁଲ ଚାରିପାଖରେ ୧୪୪ ଧାର ଜାରି କରିଛି । ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ କଡ଼ା ସୁରକ୍ଷା କରାଯାଇଛି । ଗତକାଲି ଶିବାମେଜଗାରେ ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ସ୍କୁଲ ପାଖରେ ୪ କିମ୍ବା ୫ ଲୋକଙ୍କୁ ଏକାଠି ରହିବା ଓ ସମାବେଶକୁ ଅନୁମତି ନାହିଁ । ଏହସହିତ ସ୍ଲୋଗାନ, ସଙ୍ଗୀତ, ଭଷଣ ଦେବାକୁ ସମୂର୍ଣ୍ଣ ବାରଣ କରାଯାଇଛି ।
Comments are closed.