କାର୍ତ୍ତିକ ପୁନେଇଁ

କାର୍ତ୍ତିକ ପୁନେଇଁ ଆସିଲାଣି ଧାଇଁ
କୁହୁଡ଼ିଆ ଦିଶେ ଧରା
ଘାସ ଗାଲିଚାରେ କାକର ପଡ଼ଇ
ମନ ମୋହିନିଏ ପରା । ।
ପ୍ରତି ଓଡ଼ିଆଙ୍କ ପାଇଁ ଏ ପୁନେଇଁ
ଅଭୂଲା ପରା ଅଟଇ
ନଈ, ସାଗରରେ ଡ଼ଙ୍ଗାକୁ ଭସାଇ
ଫେରିଆସନ୍ତି ଖୁସି ହୋଇ । ।
ଓଡ଼ିଆ ସାଧବ ଦୂର ଦ୍ୱୀପ ଯାଇ
ବ୍ୟବସାୟ କରୁଥିଲେ
ବୋଇତରେ ଧନ ଆଣୁଥିଲେ ବୋହି
ଗୌରବ ବଢ଼ାଉଥିଲେ । ।
ଏଇ ଦିନ ଧବଳେଶ୍ୱର ପୀଠରେ
ଭକ୍ତଙ୍କ ଭିଡ଼ ଜମାଇ
ଜଗାଙ୍କୁ ଦର୍ଶନ କରେ କେ ପୁରୀରେ
ଆଶିଷ ପାଇବା ପାଇଁ । ।
ବାଲି ଯାତ୍ରା ହୁଏ କଟକ ସହରେ
ବଣିଜର ସ୍ମୃତି ପାଇଁ
ନାନା ଜାତି ଚିଜ ମିଳେ ଏ ଯାତ୍ରାରେ
ଗ୍ରାହକ ଭିଡ଼ ଜମାଇ । ।
କାର୍ତ୍ତିକ ପୁନେଇଁ ପବିତ୍ର ଅଟଇ
ଆସେ ବରଷକେ ଥରେ
ଏହି ତିଥି ବହୁ ଆନନ୍ଦ ବାଣ୍ଟଇ
ଧନ୍ୟ ଅଟେ ଏ ଧରାରେ । ।

ଡ. ଚାଇନା ପ୍ରଧାନ, ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ,ନାଉଗାଁ ହାଟ, ଜଗତସିଂହପୁର-୧୩
ମୋବାଇଲ ନମ୍ବର:- ୯୪୩୮୬୧୬୬୭୭

Comments are closed.