ଋତୁ ପରିବର୍ତ୍ତନରେ ଶରୀରକୁ ରଖନ୍ତୁ ସୁସ୍ଥ

ବର୍ତ୍ତମାନ ଧୀରେଧୀରେ ଋତୁରେ ପରିବର୍ତ୍ତନ ହେବାରେ ଲାଗିଛି । ଦିନରେ ଗରମ ଲାଗୁଥିବାବେଳେ ରାତିରେ ଶୀତ ଅନୁଭବ ହେଉଛି । ତେବେ ଏହି ସମୟରେ ଶରୀରର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ । କାରଣ ଏହି ସମୟରେ ଆମର ଦେହ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ । ଶରୀରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କାରଣରୁ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି କମିବାରେ ଲାଗିଥାଏ, ଯାହା ଫଳରେ ଏହି ସମୟରେ ଖୁବ ଶୀଘ୍ର ଥଣ୍ଡା, ଜ୍ୱର ହେବାର ଆଶଙ୍କା ବେଶି ରହିଥାଏ । ଏହି ସମୟରେ ଅନେକ ଛୋଟଛୋଟ ସମସ୍ୟା ଯେପରି ଥଣ୍ଡା, ଜ୍ୱର, କାଶ, ଦେହ ଦରଜ ହେବା, ଆଲର୍ଜି, ଫୁଡ ଇନଫେକସନ୍‌ ଆଦି ଦେଖିବାକୁ ମିଳିଥାଏ । ଏହି ଦିନ ମାନଙ୍କରେ ବୟସ୍କ ବ୍ୟକ୍ତି, ଛୋଟ ଶିଶୁ, ଅନ୍ୟ ରୋଗ ଯେପରି ଡାଇବେଟିସ୍‌, ଥାଇରଏଡ୍‌, ଉଚ୍ଚରକ୍ତଚାପ ଭଳି ଲୋକଙ୍କର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ । ସେମାନଙ୍କୁ ଏହା ଜଲଦି ପ୍ରଭାବିତ କରିବାର ଆଶଙ୍କା ରହିଥାଏ । ତେବେ ଏଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ କିନ୍ତୁ ଘରେ ମଧ୍ୟ ଆପଣ କିଛି ଉପାୟ ବା ସାବଧାନତା ଅବଲମ୍ବନ କରିବା ଦ୍ୱାରା ଏଥିରୁ ମୁକ୍ତି ପାଇ ପାରିବେ । ଫ୍ରିଜର ବ୍ୟବହାର କମାନ୍ତୁ, ଫ୍ରିଜ ପାଣି ପିଅନ୍ତୁ ନାହିଁ, ଫ୍ରିଜରେ ରଖାଯାଇଥିବା ଖାଦ୍ୟକୁ ବାହାରେ କିଛି ସମୟ ରଖନ୍ତୁ ଏହାପରେ ବ୍ୟବହାର କରନ୍ତୁ । ସର୍ବଦା ଘର ଖାଦ୍ୟ ଖାଆନ୍ତୁ, ବାହାରେ ଆଇସକ୍ରିମ୍‌ କିମ୍ବା କୋଲï ଡ୍ରିଙ୍କ ଆଦି ପିଅନ୍ତୁ ନାହିଁ । ରାତି ସମୟରେ ବାହାରେ ବେଶି ବୁଲାବୁଲି କରନ୍ତୁ ନାହିଁ । ଅଳ୍ପ ଦେହ ଖରାପରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଘରେ ଆବଶ୍ୟକୀୟ ଔଷଧ ଡାକ୍ତରଙ୍କୁ ପରାମର୍ଶ କରି ଆଣି ରଖନ୍ତୁ , ଯାହା ଦରକାରୀ ବେଳେ କାମରେ ଆସିବ ।

Comments are closed.