ଖରାଦିନେ ପେଟ ଗରମ ହେବା ଏକ ପ୍ରକାର ସାଧାରଣ ସମସ୍ୟା । ଅତ୍ୟଧୀକ ତାପମାତ୍ରା କାରଣରୁ ଏହି ସମସ୍ୟା ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ । ତେଣୁ ଏହି ଦିନେ ଖାଦ୍ୟ ଖାଇବା ଆଗରୁ ସତର୍କତା ଅବଲମ୍ଭନ କରିବାର ଆବ
ଖରାଦିନେ କାକୁଡି ଖାଇଲେ ପେଟ ଥଣ୍ଡା ରହିବା ସହିତ, ବିଭିନ୍ନ ପେଟ ସମସ୍ୟା ଦୂର ହୋଇଥାଏ । ଏହା ତତ୍କ୍ଷାଣ ଆମ ଶରୀରକୁ ହାଇଡ୍ରେଟ୍ କରିଥାଏ । ସେହିଭଳି କାକୁଡି ଖାଇବା ଦ୍ୱାରା ଶରୀରର ତାପମାତ୍ରା କମିଥାଏ । ଏହାକୁ ଆପଣ ଖାଲି କାଟି କିମ୍ବା ସାଲାଡ କରି ଖାଇପାରିବେ । ଏହା ଖରାଦିନେ ବେଶ୍ ଭଲ ହୋଇଥାଏ ।
ତରଭୁଜ
ଖରାଦିନିଆ ଫଳରେ ତରଭୁଜ ସବୁଠାରୁ ଆଗରେ ରହିଥାଏ । ଏହା ସ୍ୱାଦରେ ଯେପରି ଖୁବ ଭଲ ସେହିଭଳି ସ୍ୱାସ୍ଥ୍ୟକର ମଧ୍ୟ । ଏଥିରେ ପାଣିର ମାତ୍ରା ଖୁବ ଅଧିକ ଥାଏ, ତେଣୁ ଖରା ଗରମ କାରଣରୁ ହେଉଥିବା ପେଟ ଗରମ ପାଇଁ ଏହା ସବୁଠାରୁ ଉପାଦେୟ ହୋଇଥାଏ । ଏଥିରେ ଭିଟାମିନ୍ ବି, ମ୍ୟାଗ୍ନେସିୟମ,ଫାଇବର ଆଦିର ମାତ୍ରା ଅଧିକ ଥାଏ ଯାହା ଆମ ଶରୀର ପାଇଁ ଖୁବ ଭଲ ହୋଇଥାଏ । ଏହାକୁ ଖରାଦିନେ ପ୍ରତିଦିନ ଖାଇପାରିବେ ।
ପନି ପରିବା
ଖରାଦିନେ ଯେତେ ପାରିବେ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ । ଏହି ଦିନେ ଖାଦ୍ୟରେ ଅଧିକ ମାତ୍ରାରେ ପନିପରିବା ସାମିଲ କରନ୍ତୁ । ଏହି ଦିନେ ପତ୍ରଜାତୀୟ ପନି ପରିବା ବେଶି ଖାଆନ୍ତୁ, ଏହା ପେଟ ସମସ୍ୟା ପାଇଁ ଖୁବ ଭଲ ହୋଇଥାଏ । ଏହିଦିନେ ମସଲା ଜାତୀୟ ଖାଦ୍ୟ ହଜମ ହୋଇନଥାଏ, ତେଣୁ ପେଟରେ ଯନ୍ତ୍ରଣା, ବଦହଜମି ଆଦି ଦେଖିବାକୁ ମିଳିଥାଏ ।
Comments are closed.