କେନ୍ଦ୍ରାପଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9 କୁ ବୃଦ୍ଧି

ସମୟ ଲାଇଭ,11/5: କେନ୍ଦ୍ରାପଡ଼ା ରେ ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି  l l ଫଳରେ ଜିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୯ କୁ ବୃଦ୍ଧି ପାଇଛି |

କେନ୍ଦ୍ରାପଡ଼ା ର ରାଜନଗର ବ୍ଲକ୍ ଅଞ୍ଚଳରେ ଥିବା ଏକ ଅସ୍ଥାୟୀ ହସ୍ପିଟାଲ ରୁ ଜଣ ଙ୍କ ରିପୋର୍ଟ୍ ପଜିଟିଭ ଆସିଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ନିକଟରେ ସେ ସୁରଟ୍ ରୁ ଫେରିଥିଲେ l ପରେ ତାଙ୍କୁ କ୍ଵାରେଣ୍ଟାଇନ୍ ରେ ରଖାଯାଇଥିଲା l ତେବେ ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କ୍ଵାରେଣ୍ଟାଇନ୍ ସେଣ୍ଟର ରେ ରହୁଥିବା ୨୭ ଜଣବ୍ୟକ୍ତିଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇଛି l ପ୍ରଶାସନ ପଜିଟିଭ ଜଣଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ସହ ସେ ଅଞ୍ଚଳକୁ ସାନିଟାଇଜି କରାଯାଇଛି ବୋଲି ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି l

ଯେହେତୁ ସଂକ୍ରମିତ ବ୍ୟକ୍ତି ସାଧାରଣ ସ୍ଥାନ କିମ୍ବା ନିଜ ପରିବାର ସଂସ୍ପର୍ଶରେ ଆସି ନଥିଲେ ତେଣୁ ଲୋକେ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ଜିଲାପାଳ ସୂଚନା ଦେଇଛନ୍ତି l ଜିଲ୍ଲା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୯ କୁ ବୃଦ୍ଧି ପାଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି।

Comments are closed.