ଖୁସି କପୁର ଏବେ ନିଜ ଲଭ୍ ଲାଇଫ୍କୁ ନେଇ ଚର୍ଚ୍ଚାରେ । ଶୁଣିବାକୁ ମିଳୁଛି ଖୁସି ଭଉଣୀ ଜାହ୍ନବୀଙ୍କ ଏକ୍ସ ବୟଫ୍ରେଣ୍ଡ ଅକ୍ଷତ ରାଜନଙ୍କୁ ଡେଟ୍ କରୁଛନ୍ତି । ଅକ୍ଷତଙ୍କ ସହ ଖୁସିଙ୍କ ଇନଷ୍ଟାଗ୍ରାମରେ ଚିଟ୍ଚାଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଖୁସି ସୋସିଆଲ୍ ମିଡିଆରେ ଅକ୍ଷତଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ।
ବଲିଉଡ୍ର ଗର୍ଜିୟସ୍ ସିଷ୍ଟର୍ସ ଜାହ୍ନବୀ କପୁର ଓ ଖୁସି କପୁର ନିଜର ପ୍ରଫେସନାଲ ଓ ପର୍ସନାଲ ଲାଇଫ୍କୁ ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରହିଥାନ୍ତି । ଖୁବ୍ ଶୀଘ୍ର ଖୁସି ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ଜୋୟା ଅଖତାରଙ୍କ ଅର୍ଚିଜ୍ରୁ ଖୁସି ଡେବ୍ୟୁ କରୁଛନ୍ତି । ତେବେ ଖୁସି ଏବେ ଭଉଣୀ ଜାହ୍ନବୀ କପୁରଙ୍କ ଏକ୍ସ ବୟଫ୍ରେଣ୍ଡ ଅକ୍ଷତ ରାଜନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରୁଛି । ଖୁସି ଇନଷ୍ଟାଗ୍ରାମରେ କାଲିଫର୍ଣ୍ଣିଆରେ କଟାଇଥିବା ଛୁଟି ସମୟର ଫଟୋ ସେୟାର କରିଛନ୍ତି ।
ପ୍ରଥମ ଫଟୋରେ ଦେଖିବାକୁ ମିଳୁଛି ଖୁସି କ୍ରପ ଟପ୍ ଓ ଟ୍ରାକ ପ୍ୟାଣ୍ଟସ୍ରେ ନିଜ ଟୋନଡ୍ ବଡି ଫ୍ଲଣ୍ଟ କରୁଛନ୍ତି । ଦ୍ୱିତୀୟ ଫଟୋରେ ଖୁସି ଅକ୍ଷତଙ୍କ ସହ ପୋଜ୍ ଦେଉଥିବାର ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ଖୁସି କ୍ୟାପସନ୍ରେ ଲେଖିଛନ୍ତି, କଲିଗ୍ । ଖୁସିଙ୍କ ଏହି ପୋଷ୍ଟ ଉପରେ ଅକ୍ଷତ ପ୍ରତିକ୍ରିୟାରେ ଲେଖିଛନ୍ତି, ଲଭ୍ ୟୁ । ଏହାର ଉତ୍ତରରେ ଖୁସି ମଧ୍ୟ ଆଇ ଲଭ୍ ୟୁ ଲେଖିଛନ୍ତି । ଦୁଇଜଣଙ୍କ ମେସେଜ୍ରୁ ଫ୍ୟାନ୍ସ ଅନୁମାନ କରୁଛନ୍ତି ଏମାନଙ୍କ ମଧ୍ୟରେ କିଛି ଚାଲିଛି ବୋଲି । ଜାହ୍ନବୀ ଖୁସିଙ୍କ ଏହି ପୋଷ୍ଟ ଉପରେ ନିଜର ପ୍ରତିକ୍ରି୍ରୟାରେ ଲେଖିଛନ୍ତି , ଏକ୍ସକ୍ୟୁଜ୍ ମି । ୨୦୧୬ରେ ଅକ୍ଷତଙ୍କୁ ଜାହ୍ନବୀଙ୍କ ସହ ଫିଲ୍ମ ଇଂଲିଶ ଭିଂଲିଶରେ ଦେଖିବାକୁ ମିଳିଥିଲା । ସେତେବେଳେ କୁହାଯାଉଥିଲା ଜାହ୍ନବୀ ଅକ୍ଷତଙ୍କୁ ଡେଟ୍ କରୁଛନ୍ତି ।
Comments are closed.