ମୁମ୍ବାଇ: ଛୋଟ ପରଦା ହେଉ କିମ୍ବା ବଡ ସବୁଠାରେ କ୍ରିତି କୁଲହାରୀ ଏକ ପରିଚିତ ନାଁ । ନିଜର ଦମଦାର ଅଭିନୟ ଓ ବୋଲï ଅନ୍ଦାଜ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ସଫଳ ହୋଇପାରିଛନ୍ତି । ତେବେ ବିଭିନ୍ନ କ୍ଷେତ୍ରରେ ସଫଳତା ପରେ ଏକ ନୂଆ ବିଭାଗରେ ପାଦ ଥାପିଛନ୍ତି କ୍ରିତି ।
ବର୍ତ୍ତମାନ ସେ ପ୍ରଯୋଜନାରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ନିଜର ପ୍ରଯୋଜନା ସଂସ୍ଥା କିଣ୍ଟ୍ଶୁକୁରୋଇ ଫିଲ୍ମସର ଜରିଆରେ ପ୍ରଯୋଜକ ଭାବେ ବଲିଉଡ୍ରେ ପାଦ ଥାପିବେ । ଏନେଇ ସେ ନିକଟରେ ପ୍ରକାଶ କରିଛନ୍ତି । ପ୍ରଯୋଜକ ଭାବେ ତାଙ୍କର ପ୍ରଥମ ଥ୍ରିଲର୍ ସିନେମା ନାଏକା ରିଲିଜ୍ ହେବ । ନିଜ ଜୀବନରେ ଅନେକ ବାଧାକୁ ଅତିକ୍ରମ କରି କ୍ରିତି ଏଠାରେ ପହଞ୍ଚିଥିବାରୁ ବେଶ୍ ଖୁସି ଅଛନ୍ତି ।
କେବଳ ଯେ କ୍ରିତି ଏହି ସିନେମାଟିକୁ ପ୍ରଯୋଜନା କରୁଛନ୍ତି ତାହା ନୁହେଁ ସେ ଏଥିରେ ଅଭିନୟ ମଧ୍ୟ କରିବେ । ନିକଟରେ କ୍ରିତିଙ୍କର ସାହିଲ୍ ସେହଗିଲ୍ଙ୍କ ସହ ବିବାହ ବିଛେଦ ଘଟିଛି । ସର୍ବଦା ଜୀବନରେ ତାଙ୍କୁ ସମର୍ଥନ କରିଥିବାରୁ କ୍ରିତି ନିଜର ବାପା ମା’ଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଅଭିନୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିବା କ୍ରିତି ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)