ୟୁକ୍ରେନ ସମ୍ପର୍କରେ କିଛି ରୋଚକ ତଥ୍ୟ

ଗତ କିଛି ମାସ ଧରି ୟୁକ୍ରେନ ଏବଂ ଋଷ ମଧ୍ୟରେ ବିବାଦ ଜାରି ରହିଛି । ପ୍ରତିଦିନ ୟୁକ୍ରେନକୁ ନେଇ ତାଜା ଖବର ସାମ୍ନାକୁ ଆସିବାରେ ଲାଗୁଛି । ହେଲେ ଏହି ବିବାଦ ପୂର୍ବରୁ ମଧ୍ୟ ୟୁକ୍ରେନ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଠାରେ ଅନ୍ୟ ଦେଶ ପରି କିଛି ରୋଚକ ତଥ୍ୟ ରହିଛି, ଯାହା ସମସ୍ତଙ୍କଠାରୁ ୟୁକ୍ରେନକୁ ସ୍ୱତନ୍ତ୍ର କରାଇଥାଏ ।

 ୟୁକ୍ରେନ ସମ୍ପର୍କରେ କିଛି ରୋଚକ ତଥ୍ୟ
-ୟୁକ୍ରେନ ୧୯୯୦ରେ ସୋଭିଏତ ସଂଘଠାରୁ ଅଲଗା ହୋଇ ସ୍ୱତନ୍ତ୍ର ଦେଶ ଭାବେ ଗଠିତ ହେଲା । ଏହା ୟୁରୋପର ସବୁଠୁ ବଡ଼ ଦେଶ ପାଲଟିଲା । ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରନ୍ତି । କୃଷି କ୍ଷେତ୍ରରେ ୟୁକ୍ରେନ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।

-ୟୁକ୍ରେନରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ସର୍ବାଧିକ । ସେମାନେ ଏଠାରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି । ଏହାପରେ ମୁସଲମାନ ଅଧିକ ବସବାସ କରନ୍ତି । ଏଠାରେ ୯୯.୮ ପ୍ରତିଶତ ଲୋକ ଶିକ୍ଷିତ । ଶିକ୍ଷା ଦୃଷ୍ଟିରୁ ଏହି ଦେଶ ବିଶ୍ୱରେ ତୃତୀୟ ସ୍ଥାନ ହାସଲ କରିଛି ।

 ୟୁକ୍ରେନ ସମ୍ପର୍କରେ କିଛି ରୋଚକ ତଥ୍ୟ
– ଦୁନିଆର ସବୁଠୁ ବଡ଼ ବିମାନ ତିଆରି କରିବାରେ ମଧ୍ୟ ୟୁକ୍ରେନ ପ୍ରସିଦ୍ଧ । ଏହାର ମ୍ୟାକଡୋନାଲï ମଧ୍ୟ ଖାସ୍‌ । କାରଣ ଦୁନିଆର ତୃତୀୟ ବ୍ୟସ୍ତବହୁଳ ମ୍ୟାକଡୋନାଲï ରହିଛି । ଏପରିକି ଏଠାକୁ ଲୋକମାନେ ପରିଦର୍ଶନରେ ଆସିଥାନ୍ତି ।

-ୟୁକ୍ରେନ ଦୁନିଆର ସବୁଠାରୁ ସୁନ୍ଦର ଝିଅଙ୍କ ଦେଶ ଭାବେ ପରିଚିତ ଲାଭ କରିଛି । ଏହି ଦେଶରେ ଡେଟିଂକୁ ସାଧାରଣ କଥା ବୋଲି ବିବେଚନା କରାଯାଏ ଏବଂ ଝିଅମାନଙ୍କୁ ନିଜ ଇଚ୍ଛା ମୁତାବକ ବଞ୍ଚିବା ପାଇଁ ଦିଆଯାଇଥାଏ ।

 ୟୁକ୍ରେନ ସମ୍ପର୍କରେ କିଛି ରୋଚକ ତଥ୍ୟ

-ଏଦି ଦେଶରେ ଏପରି ୭ଟି ସ୍ଥାନ ରହିଛି, ଯାହା ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି । ଏଥିରେ ସବୁଠାରୁ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ କ୍ଲେଭାନ ଟନେଲ, ସୋଫିଆ କ୍ୟାଥେଡ୍ରଲ ।
 ୟୁକ୍ରେନ ସମ୍ପର୍କରେ କିଛି ରୋଚକ ତଥ୍ୟ

-ରାଜଧୀନା କିଭ୍‌ରେ ଥିବା ସ୍ୱିଟୋସିଙ୍କୋ ବ୍ରୋଭାର୍ସ୍କା ଟ୍ରେନ ଲାଇନ ହେଉଛି ଦୁନିଆର ସବୁଠୁ ଗଭୀର ମେଟ୍ରୋ ଲାଇନ । ଏହା ଭୂମି ତଳେ ୧୦୫.୫ ମିଟର ଚାଲିଥାଏ ।

 ୟୁକ୍ରେନ ସମ୍ପର୍କରେ କିଛି ରୋଚକ ତଥ୍ୟ
ସୋଫିଆ କ୍ୟାଥେଡ୍ରଲ

Comments are closed.