କୋହ୍ଲାପୁରୀ ଚପଲ ଫ୍ୟାଶନ

ଟ୍ରାଡିସନାଲ ହେଉ କିମ୍ବା େୱଷ୍ଟର୍ନ ଆଉଟଫିଟ୍‌, ସବୁକୁ ଭଲ ମାନିଥାଏ କୋହ୍ଲାପୁରୀ ଚପଲ । ବଲିଉଡ୍‌ ଅଭିନେତ୍ରୀ ମଧ୍ୟ କେବେ କେବେ କୋହ୍ଲାପୁରୀ ଚପଲ ପିନ୍ଧିଥିବା ସ୍ପଟ୍‌ କରାଯାଉଛି ।

କୋହ୍ଲାପୁରୀ ଚପଲ ଫ୍ୟାଶନ

ଏହି ଚପଲ ସର୍ବଦା ଟ୍ରେଣ୍ଡ୍‌ରେ ରହିଥାଏ । ଏହା ପିନ୍ଧିବାକୁ ବହୁତ ଆରାମଦାୟକ ଲାଗେ । ବିଶେଷତ୍ୱ ହେଉଛି ଏହା ବଜେଟ୍‌ ଫ୍ରେଣ୍ଡେଲି । ମାର୍କେଟରେ ଏମ୍ବ୍ରୋଡରୀ, ଷ୍ଟୋନ ଏବଂ ଫ୍ୟାବ୍ରିକ ଆଦି ବିଭିନ୍ନ ଡିଜାଇନର କୋହ୍ଲାପୁରୀ ଚପଲ ମିଳୁଛି ।

କୋହ୍ଲାପୁରୀ ଚପଲ ଫ୍ୟାଶନ

– ଶାଢୀ ସହିତ କୋହ୍ଲାପୁରୀ ଚପଲ ପିନ୍ଧିପାରିବେ । କମ୍ପଟ୍‌ ଚାହୁଁଥିଲେ ଶାଢୀର କଲର୍‌କୁ ମ୍ୟାଚ୍‌ କରି ଏହି ଚପଲ ପିନ୍ଧନ୍ତୁ । ଏହା ଆପଣଙ୍କୁ କ୍ଲାସିକ୍‌ ଲୁକ୍‌ ଦେବାରେ ସାହାଯ୍ୟ କରିବ ।

କୋହ୍ଲାପୁରୀ ଚପଲ ଫ୍ୟାଶନ

– ଜିନ୍ସ ସହ ମହିଳାମାନେ ସ୍ନିକର୍ସ, ଜୋତା ଏବଂ ସ୍ୟାଣ୍ଡେଲ୍‌ ପିନ୍ଧିବା ପସନ୍ଦ କରିଥାନ୍ତି । ହେଲେ ଆପଣ ଚାହିଁଲେ ଏହି କୋହ୍ଲାପୁରୀ ଚପଲ ଟ୍ରାଏ କରିପାରିବେ । ସିମ୍ପଲ୍‌ ଟପ୍‌ କିମ୍ବା ଶର୍ଟ ସହ ଜିନ୍ସ ପିନ୍ଧୁଥିଲେ, ଏହାସହ କୋହ୍ଲାପୁରୀ ଚପଲ ପେୟାର ଅପ୍‌ କରିପାରିବେ । ବ୍ରାଉନ୍‌ ଏବଂ ବ୍ଲାକ୍‌ କଲର୍‌ର ଚପଲ ଜିନ୍ସ ସହ ଖୁବ୍‌ ଭଲ ମାନିଥାଏ ।

କୋହ୍ଲାପୁରୀ ଚପଲ ଫ୍ୟାଶନ
– ସଲୱାର ସୁଟ୍‌ ସହ ମଧ୍ୟ ଏହି ଟ୍ରାଡିସନାଲ ଚପଲ ପିନ୍ଧନ୍ତୁ । ଦେଖିବେ ଆପଣଙ୍କୁ ଏହା ସମସ୍ତଙ୍କଠୁ ଭିନ୍ନ ସହ ଆକର୍ଷଣୀୟ ଲୁକ୍‌ ପ୍ରଦାନ କରିବ । କ୍ଲାସିକ୍‌ ଟ୍ୟାନ୍‌ ଲେଦର, ଲେଦର୍‌ ସହ ଥ୍ରେଡ୍‌ ୱାର୍କ ଡିଜାଇନ କୋହ୍ଲାପୁରୀ ଚପଲ ସଲୱାର ସୁଟ୍‌ ସହ ଭଲ ବିକଳ୍ପ ହୋଇପାରେ ।

କୋହ୍ଲାପୁରୀ ଚପଲ ଫ୍ୟାଶନ
– ଲଙ୍ଗ୍‌ କୁର୍ତ୍ତୀ-ପ୍ୟାଣ୍ଟ୍‌ ସହ ଆପଣ ଏହି ଚପଲ ପେୟାର ଅପ୍‌ କରିପାରିବେ । ଆଜିକାଲି ଏହା ଯୁବତୀଙ୍କ ମଧ୍ୟରେ ପପୁଲାର ଟ୍ରେଣ୍ଡ୍‌ ପାଲଟିଛି । ପ୍ଲାଜୋ ଏବଂ ଟ୍ରାଉଜର ସହ ମଧ୍ୟ ଏହାକୁ ପିନ୍ଧିପାରିବେ ।

 

Comments are closed.