କେବଳ ଯେ ଭାରତରେ କୃଷ୍ଣ ଜନ୍ମ ଧୁମଧାମରେ ପାଳନ ହୁଏ ତାହା ନୁହେଁ, ଜନା୍ମଷ୍ଟମୀକୁ ବିଦେଶର ଅନେକ ସ୍ଥାନରେ ଖୁବ ଜାକଜକମରେ ପାଳନ କରାଯାଇଥାଏ । ବିଦେଶୀ ଶ୍ରଦ୍ଧାଳୁମାନେ ମଧ୍ୟ ସେଦିନ ଉପବାସ ରଖିବା ସହ ସମସ୍ତ ରୀତିନୀତି ସହ କୃଷ୍ଣଜନ୍ମ ପାଳିଥାଆନ୍ତି ।
ଇସ୍କନର ଆରମ୍ଭ ନୁ୍ୟୟର୍କରେ –
କୃଷ୍ଣ ଭକ୍ତିର ଅନନ୍ୟ ନିଦର୍ଶନ ଦେଇଥାଏ ଇସ୍କନ ମନ୍ଦିର । ଏହାର ଅଧିକାଂଶ ସଦସ୍ୟ ବିଦେଶୀ ନାଗରିକ । ତେବେ ଏହି ମନ୍ଦିର ସମସ୍ତ ହିନ୍ଦୁ ପର୍ବକୁ ଖୁବ ଧୁମଧାମରେ ପାଳନ କରିଥାଆନ୍ତି । ରଥଯାତ୍ରା ଠାରୁ ଆରମ୍ଭ କରି ଜନା୍ମଷ୍ଟମୀ ସବୁ ପର୍ବ ଇସ୍କନ ମନ୍ଦିରରେ ପାଳନ କରାଯାଇଥାଏ । ଏହି ଇସ୍କନ ଟ୍ରଷ୍ଟର ମୂଳ ଲକ୍ଷ କୃଷ୍ଣ ପୂଜା । ଏହାର ନିର୍ମାଣ ନୁ୍ୟୟର୍କରେ ହୋଇଥିଲା । ବର୍ତ୍ତମାନ ଭାରତରେ ପାଖାପାଖି ୧୫୦ ଅଧିକ ଇସ୍କନ ମନ୍ଦିର ରହିଛି । ଏହି ସମସ୍ତ ମନ୍ଦିରରେ ଭାରତର ଅନ୍ୟ ମନ୍ଦିର ଭଳି ପୂଜା ପ୍ରାଥନା ସହ ପର୍ବ ପାଳନ ହୋଇଥାଏ ।
ବିଭିନ୍ନ ଦେଶ ପାଳିଥାଏ –
କେବଳ ଭାରତ ନୁହେଁ ଅନ୍ୟ ଦେଶ ଯେପରିକି ନୁ୍ୟଜିଲାଣ୍ଡ, ମାଲେସିଆ ଓ କାନାଡା ଓ ସିଙ୍ଗାପୁରରେ ଅନେକ ହିନ୍ଦୁ ବାସ କରନ୍ତି । କେବଳ ଭାରତ ନୁହେଁ ଏହି ସବୁ ଦେଶରେ ବିଦେଶୀମାନେ ମଧ୍ୟ ମିଳିମିଶି ସମସ୍ତ ହିନ୍ଦୁ ପର୍ବ ପାଳନ କରନ୍ତି । ସେଥିରୁ କୃଷ୍ଣଜନ୍ମ ବା ଜନ୍ମାଷ୍ଟମୀ ନିଆରା । ଲଣ୍ଡନ, ଆମେରିକା ଓ ପୋଲାଣ୍ଡର ମଧ୍ୟ ବିଭିନ୍ନ ସହରରେ ଜନ୍ମାଷ୍ଟମୀ ପାଳନ ହୋଇଥାଏ ।
ବାଙ୍ଗଲାଦେଶରେ ଛୁଟି –
ଭାରତରେ ଜନ୍ମାଷ୍ଟମୀ ଦିନ ଛୁଟି ହେବା ଏକ ସାଧାରଣ କଥା, ହେଲେ ବାଙ୍ଗଲାଦେଶରେ ମଧ୍ୟ ଏହି ଦିନଟିକୁ ଜାତୀୟ ଛୁଟି ଭାବେ ଘୋଷଣା କରାଯାଇଛି । ଏହି ଦିନ ଏଠାରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବା ସହିତ ସମସ୍ତେ ଜନା୍ମଷ୍ଟମୀ ପାଳନ କରନ୍ତି । ସମସ୍ତ ପାରମ୍ପରିକ ନୀତିରେ ଏହି ଦିନ ବିଭିନ୍ନ ସ୍ଥାନରେ କୃଷ୍ଣଙ୍କର ଜନ୍ମ ପାଳନ ହୋଇଥାଏ ।
Comments are closed.