ଭିଡିଓ ଗେମ୍‌ ଖେଳୁଛି ଲ୍ୟାବ୍‌ରେ ପ୍ରସ୍ତୁତ ବ୍ରେନ୍‌

ନିକଟରେ ବୈଜ୍ଞାନିକମାନେ ଲ୍ୟାବ୍‌ରେ ବ୍ରେନ ସେଲସ୍‌ ତିଆରି କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ରେନ୍‌ ଭିଡିଓ ଗେମ୍‌ ବି ଖେଳିପାରୁଛି । କେବଳ ଏତିକି ନୁହେଁ ଏହି ମିନି ବ୍ରେନ୍‌ ତା ଚାରି ପାଖର ବାତାବରଣକୁ ବୁଝିବା ସହିତ ତାହାର ପ୍ରତିକ୍ରିୟା ମଧ୍ୟ ରଖୁଛି । ଅଷ୍ଟ୍ରେଲିଆର କୋର୍ଟିକଲ୍‌ ଲ୍ୟାବ୍‌ରେ ଏହି ମିନି ବ୍ରେନ୍‌ ପ୍ରସ୍ତୁତ କରାଯାଇଛି । ଏହି ବ୍ରେନ୍‌ ବିଷୟରେ ବିସ୍ତୃତ ଭାବରେ ଡାକ୍ତର ବ୍ରେଟ୍‌ କ୍ୟାଗନଙ୍କ ପତ୍ରିକା ନ୍ୟୁରନ୍‌ରେ ଏକ ପ୍ରବନ୍ଧ ପ୍ରକାଶ ପାଇଛି ।

ଭିଡିଓ ଗେମ୍‌ ଖେଳୁଛି ଲ୍ୟାବ୍‌ରେ ପ୍ରସ୍ତୁତ ବ୍ରେନ୍‌

ଡାକ୍ତର ବ୍ରେଟ୍‌ କ୍ୟାଗନଙ୍କ କହିବା ଅନୁଯାୟୀ ଏହି ବ୍ରେନ୍‌କୁ ଲ୍ୟାବର ଏକ ପାତ୍ରରେ ପ୍ରସ୍ତୁତ କରାଯାଇଛି । ବିବିସିକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଏହି ବ୍ରେନ୍‌ ବାହାର ଦୁନିଆରୁ ତଥ୍ୟ ସଂଗ୍ରହ କରିବା ଶିଖିଯାଇଛି । ଏହା ସହିତ ଉପଯୁକ୍ତ ସମୟରେ ସେ ସବୁ ଜିନିଷର ଉତ୍ତର ବି ରଖିପାରୁଛି । ଗବେଷକଙ୍କ ମତ ଅନୁଯାୟୀ ଆଗାମୀ ଦିନରେ ଏହି ବ୍ରେନ୍‌କୁ କିଛି ବଡ କାମରେ ଲଗାଯାଇପାରିବ । ପ୍ରଥମେ ୨୦୧୩ରେ ମିନିବ୍ରେନ୍‌କୁ ମାଇକ୍ରୋସେଫଲୀର ଅଧ୍ୟୟନ ପାଇଁ ପ୍ରସ୍ତୁତ କରାଯାଇଥିଲା । ଏହା ଏକ ଏପରି ଜେନେଟିକ୍‌ ଡିସଅର୍ଡର ଯେଉଁଥିରେ ମସ୍ତିଷ୍କ ବହୁତ ଛୋଟ ହୋଇଥାଏ । ସେବେଠାରୁ ମସ୍ତିଷ୍କର ବିକାଶର ଅନୁସନ୍ଧାନ ଲାଗି ଏହାର ଉପଯୋଗ ହୋଇ ଆସୁଛି । କିନ୍ତୁ ଏବେ ଏହାକୁ ପ୍ରଥମ ଥର ଲାଗି ବାହ୍ୟ ବାତାବରଣ ସହ ସଂଶ୍ଲି୍ଲିଷ୍ଟ କରାଯାଇଛି ଓ ତାହାକୁ ଭିଡିଓଗେମ୍‌ ଖେଳିବାକୁ ଦିଆଯାଇଛି ।

ଭିଡିଓ ଗେମ୍‌ ଖେଳୁଛି ଲ୍ୟାବ୍‌ରେ ପ୍ରସ୍ତୁତ ବ୍ରେନ୍‌

ଏହି ବ୍ରେନ୍‌କୁ ମୂଷା ଭùଣର ୮୦୦,୦୦୦ ସେଲସ୍‌ ସହିତ ତିଆରି କରାଯାଇଛି । ଏହି ବ୍ରେନକୁ ୧୯୭୦ ଦଶକର ଲୋକପ୍ରିୟ ଭିଡିଓ ଗେମ୍‌ ପଙ୍ଗ ଖେଳିବାକୁ ଦିଆଯାଇଥିଲା । ଏହାକୁ ଇଲେକେଫ୍ରାଡ ମାଧ୍ୟମରେ ଭିଡିଓ ଗେମ୍‌ ସହ ଯୋଡା ଯାଇଥିଲା । ଏହି ମିନି ବ୍ରେନ୍‌ର କୋଷିକା ଖେଳ ସମୟରେ ନିଜସ୍ୱ ବୈଦ୍ୟୁତିକ ଗତିବିଧି ଉତ୍ପନ୍ନ କରିଥିଲା ଫଳରେ କମ୍‌ ଶକ୍ତି ଖର୍ଚ୍ଚ କରିଥିଲା । ଡାକ୍ତର ବ୍ରେଟ୍‌ କ୍ୟାଗନ କହିଛନ୍ତି, ଏହି ମିନି ବ୍ରେନ୍‌ ମାଧ୍ୟମରେ ଅଲଝାଇମର ପରି ନ୍ୟୁରୋଡିଜେନେରେଟିଭ୍‌ ରୋଗର ଚିକିତ୍ସା ପାଇଁ ଟେକ୍ନୋଲଜିର ଉପଯୋଗ କରାଯାଇପାରିବ ।

Comments are closed.