ଲଖୀମପୁର ଖେରି ହିଂସାକାଣ୍ଡ ଘଟଣା: କ୍ରାଇମବ୍ରାଞ୍ଚଙ୍କ ହାତରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ
ଲଖୀମପୁର: ଅକ୍ଟୋବର ୦୯: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଏବେ କ୍ରାଇମବ୍ରାଞ୍ଚ ପୋଲିସଙ୍କ ହାତରେ । ଲଖୀମପୁର ଚାଷୀ ମୃତୁ୍ୟ ଘଟଣାରେ ଆଜି ଆଶିଷଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି । ଖବର ଅନୁସାରେ, କ୍ରାଇମବ୍ରାଞ୍ଚର ପୋଲିସ ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ପଚାରାଉଚରା କରିଛନ୍ତି । ଆଜି ଦିନ ୧୧ଟା ସୁଦ୍ଧା ଆଶିଷଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସେ ସମୟ ପୂର୍ବରୁ ଆସି ପହଞ୍ଚିଯାଇଥିଲେ । ଏହା ପୂର୍ବରୁ ମଧ୍ୟ ସୁପ୍ରିକୋର୍ଟ ତାଙ୍କୁ ସମନ କରିଥିଲା । ହେଲେ ସେ ହାଜର ନହୋଇ ଫେରାର୍ ହୋଇଯାଇଥିିବା ଖବର ଆସିଥିଲା ।
ଅନ୍ୟପକ୍ଷେ, ଆଶିଷଙ୍କ ସମର୍ଥକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ବାହାରେ ହଙ୍ଗମା ଆରମ୍ଭ କରିଦେଇଛନ୍ତି । ସେଠାରେ ଉପସ୍ଥ୍ିତ ଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ସମର୍ଥକଙ୍କୁ ଶାନ୍ତି ରଖିବା ପାଇଁ ଅନୁରୋଧ କରିଛନ୍ତି । କ୍ରାଇମବ୍ରାଞ୍ଚର କାର୍ଯ୍ୟାଳୟରେ ଆଷିଶଙ୍କ ସହ ସଦର ବିଧାୟକ ଯୋଗେଶ ବର୍ମା ଏବଂ ସାଂସଦର ପ୍ରତିନିଧି ସଞ୍ଜୟ ସିଂହ ମଧ୍ୟ ଉପସ୍ଥିତ ରହିଛନ୍ତି ।
କ୍ରାଇମବ୍ରାଞ୍ଚ ପୋଲିସ ସହ ସ୍ୱତନ୍ତ୍ର ଇନଭେଷ୍ଟିଜେସନ୍ ଟିମ୍( ଏସଆଇଟି)ର ଟିମ୍ ରହିଛନ୍ତି । ଏନେଇ ସେହି ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବାକୁ ବଜାରର ଗଳିମାନଙ୍କରେ ପୋଲିସ ମୁତୟନ କରାଯାଇଛି ।
pay by phone casino bonus
Comments are closed.