ଲଖୀମପୁର ହିଂସାକାଣ୍ଡ ଘଟଣା: କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅ ନାମରେ ମାମଲା, ଅଭିଯୁକ୍ତ ଗିରଫ ହେଲେ ମୃତକଙ୍କ ଅନ୍ତିମ ସଂସ୍କାର ହେବ

ଉତ୍ତରପ୍ରଦେଶ: ଅକ୍‌ଟୋବର ୦୪: ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡ ଘଟଣାକୁ ନେଇ ଏବେ ଦେଶ ରାଜନୀତିରେ ଝଡ଼ ଦେଖାଯାଇଛି । ବିରୋଧୀ ଦଳର ବରିଷ୍ଠ ନେତାମାନେ ଲଖୀମପୁର ଯାଇ ଗଷୀମାନଙ୍କୁ ଭେଟୁଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଏବଂ ତାଙ୍କ ପୁତ୍ର ଆଶିଷଙ୍କ ସମେତ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ମନ୍ତ୍ରୀଙ୍କ ପୁଅ ଗାଡି ଚଢ଼ାଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଗିରଫ ନହେବା ଯାଏଁ ମୃତକଙ୍କ ଅନ୍ତିମ ସଂସ୍କାର ହେବ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।

ଲକ୍ଷ୍ମୀପୁର ହିଂସାକାଣ୍ଡ ଘଟଣା: କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅ ନାମରେ ମାମଲା, ଅଭିଯୁକ୍ତ ଗିରଫ ହେଲେ ମୃତକଙ୍କ ଅନ୍ତିମ ସଂସ୍କାର ହେବ
କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଖେରୀ ଗସ୍ତରେ ଯାଉଥିଲେ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର । ତେବେ ଏହି ଦୁଇ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ କୃଷି ଆଇନ ବିପକ୍ଷରେ ଥିବା ଚାଷୀ ସଂଗଠନ । ବିକ୍ଷୋଭରେ ଥିବା ଚାଷୀମାନେ ଉପ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ନିଜ ଗ୍ରାମ ଟିକୁନିଆ ଟିକଟସ୍ଥ ବନବୀରପୁରରେ ପୂରାଇ ନଦେବାକୁ ଯୋଜନା କରିଥିଲେ । ପ୍ରାୟ ୧ ହଜାରରୁ ଅଧିକ ଚାଷୀ କଳାପତାକା ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ । ଉକ୍ତ ରାସ୍ତା ଦେଇ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଓ ତାଙ୍କ ସମର୍ଥକମାନେ ଯିବା ବେଳେ ଆନ୍ଦୋଳନକାରୀମାନେ ସେମାନଙ୍କୁ ଘେରି ଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ କାର୍‌ ଯାଉଥିଲେ । ଆନ୍ଦୋଳନକାରୀ ଚାଷୀ କାର୍‌କୁ ଅଟବାଇବାକୁ ଚେଷ୍ଟା କରିଥିଲେ । ଏହାସହିତ ସେମାନେ ଆଶିଷଙ୍କ କାର ଉପରକୁ ପଥର ମାଡ କରିଥିଲେ । ଏହାପରେ ଆନ୍ଦୋଳନାକାରୀଙ୍କ ଉପରେ ଆଶିଷ କାର୍‌ ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ଏଥିରେ ୮ ଜଣଙ୍କର ମୃତୁ୍ୟ ହୋଇଥିଲା । ସେମାନଙ୍କ ମଧ୍ୟର ୪ ଜଣ ଚାଷୀ ରହିଥିଲେ ।

ଲକ୍ଷ୍ମୀପୁର ହିଂସାକାଣ୍ଡ ଘଟଣା: କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅ ନାମରେ ମାମଲା, ଅଭିଯୁକ୍ତ ଗିରଫ ହେଲେ ମୃତକଙ୍କ ଅନ୍ତିମ ସଂସ୍କାର ହେବ
ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡ

ଗତକାଲି ବିଳମ୍ବିତ ରାତ୍ରୀରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଉକ୍ତ ଘଟଣାସ୍ଥଳକୁ ଯାଇ ଚାଷୀମାନଙ୍କୁ ଭେଟିଥିଲେ । ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା । ଏଥିରେ ପ୍ରିୟଙ୍କା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ପ୍ରିୟଙ୍କା ବ୍ୟତୀତ ଆପ୍‌ ଦଳର ସାଂସଦ ସଞ୍ଜୟ ସିଂହଙ୍କ ସହ କିଛି ଦଳୀୟ ନେତା ଏବଂ ସପା, ବିଏସ୍‌ପି ଭଳି କେତେକ ଦଳର ଶତାଧିକ କର୍ମୀ ଘଟଣା ସ୍ଥଳକୁ ଯାଇ ଚାଷୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । ସେମାନ ସମସ୍ତଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

Har Ghar Tiranga