ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ: ଟ୍ରେଜେରୀରୁ ୧୩୯ କୋଟି ଟଙ୍କା କରିଥିଲେ ହଡ଼ପ

ପାଟନା: ଫେବୃଆରୀ ୧୫: ଆଜି ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ଦ୍ୱାରା ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ତ୍ତମାନ କୋର୍ଟ ଏହି ମାମଲାରେ ଏହି ଦଣ୍ଡଦେଶର ଘୋଷଣା କରିନାହାଁନ୍ତି । ତେବେ ୨୧ ଫେବୃଆରୀରେ ଲାଲୁଙ୍କ ପାଇଁ ଦଣ୍ଡ ଘୋଷଣା କରାଯାଯିବ ବୋଲି ସୂଚନା ମିଳିଛି । ଲାଲୁଙ୍କ ସହ ଅନ୍ୟ କେତେକ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସୂଚନା ଅନୁସାରେ, ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହଡ଼ପ ମାମଲାରେ ରାଞ୍ଚିର ସିବିଆଇ କୋର୍ଟ ତାଙ୍କୁ ଦୋଷୀ କରିଛି । ଏହି ମାମଲାରେ ଲାଲୁଙ୍କୁ ମିଶାଇ ପ୍ରାୟ ୧୭୦ ଜଣ ଅଭିଯୁକ୍ତ ଥିଲେ । କି;ୁ ଶୁଣାଣି ସମୟରେ ୫୫ ଅଭିଯୁକ୍ତଙ୍କ ମୃତୁ୍ୟ ଘଟିଛି । ୨୦୦୧ରେ ଲାଲୁ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ୨୦୦୫ରେ ଏହି ଚାର୍ଜ ଫ୍ରେମ ପ୍ରସ୍ତୁତ କରାଯାଇଥିଲା ।

ସୂଚନା ଯୋଗ୍ୟଯେ, ଏହା ପୂର୍ବରୁ ଲାଲୁ ଗୋଖାଦ୍ୟ ଦୁର୍ନୀତି ସହ ଜଡିିତ ଅନ୍ୟ ଚାରୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଏହି ଚାରୋଟି ମାମଲାରେ କୋର୍ଟ ତାଙ୍କୁ ପ୍ରାୟ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ଏବଂ ଏକ କୋଟି ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡିଥିଲା । ଲାଲୁଙ୍କ ଏହାର ପଞ୍ଚମ ଗୋଖାଦ୍ୟ ଦୁର୍ନୀତୀ ମାମଲା ।

Comments are closed.