କଟକ : ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଯୋଡିହେଲା ଆଉ ଏକ ଫର୍ଦ୍ଦ ଇ କଟକରେ ଆୟୋଜିତ ଏକ ଭବ୍ୟ ସମାରୋହ କାର୍ଯ୍ୟକ୍ରମରେ ‘ଆୟୁଷ୍ମାନ ଭାରତ’ ଏବଂ ‘ଆୟୁଷ୍ମାନ ଵୟୋ ବନ୍ଦନା’ ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରାସ୍ଵାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଇ କଟକ : ରାଜ୍ୟରେ ବହୁପ୍ରତିକ୍ଷିତ ‘ଆୟୁଷ୍ମାନ ଭାରତ’ ଯୋଜନାର ଏପ୍ରିଲ ୧୧ ଅର୍ଥାତ୍ ଶୁକ୍ରବାର ଶୁଭାରମ୍ଭ ହୋଇଛି । କଟକରେ ଏହାର ଶୁଭାରମ୍ଭ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା କରିଛନ୍ତି । ‘ଆୟୁଷ୍ମାନ ଭାରତ’ ଓ ଆୟୁଷ୍ମାନ ବୟୋ ବନ୍ଦନାର’ ଶୁଭାରମ୍ଭ ହୋଇଛି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପ୍ରାୟ ସାଢେ ୩ଟି ଲୋକଙ୍କୁ ମାଗଣାରେ ମିଳିବ ଚିିକିତ୍ସା ସୁବିଧା । ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ପାଇ ପାରିବେ ରୋଗୀ ।
ସୂଚନାନୁଯାୟୀ, ରାଜ୍ୟରେ ୧.୦୩ କୋଟିରୁ ଊର୍ଦ୍ଧ୍ବ ପରିବାରର ୩.୪୬ କୋଟି ଲୋକଙ୍କ ପାଇଁ ଏହି ଯୋଜନା ସମର୍ପିତ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଯୋଜନାର କାର୍ଡ। ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳିବ।
ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ସହାୟତା। ଦେଶର ସବୁ ରାଜ୍ୟର ୨୯ ହଜାରରୁ ଊର୍ଦ୍ଧ୍ବ ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଏହି କାର୍ଡ ଦେଖାଇଲେ ମିଳିବ ମାଗଣା ସ୍ୱାସ୍ଥ୍ୟସେବା। ଆସନ୍ତା ୩ ମାସ ମଧ୍ୟରେ ଏହି କାର୍ଡ ସମସ୍ତଙ୍କ ପାଖରେ ପହଞ୍ଚିବ। ଯିଏ ଯେଉଁଠାରେ ଥିବେ ସେ ଏହି କାର୍ଡରେ ଚିକିତ୍ସା ସୁବିଧା ପାଇ ପାରିବେ। ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ଏକ ସ୍ବତନ୍ତ୍ର କାର୍ଡ ମିଳିବ। ତେବେ କାର୍ଡ ପହଞ୍ଚି ନଥିଲେ ମଧ୍ୟ ଆଧାରକାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ପାଇ ପାରିବେ। ଯେଉଁ ମାନେ ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ ଅଛନ୍ତି, ସେମାନେ ସ୍ବାଭାବିକ ଭାବେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇଯିବେ। ନୂଆକାର୍ଡ ମିଳିବା ପୂର୍ବରୁ କୌଣସି ଅସୁବିଧା ହେଲେ ଆଧାରକାର୍ଡ ଦେଖାଇ ଚିକିତ୍ସିତ ହୋଇ ପାରିବେ।
ଏହି ଯୋଜନାରେ ରାଜ୍ୟର ସାଢେ ୩ କୋଟି ଜନତା ମାଗଣା ସ୍ୱାସ୍ଥ୍ୟସେବା ପାଇପାରିବେ I ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ।