ଉତ୍ତରାଖଣ୍ଡର ୬ ରେଲେ୍‌ୱ ଷ୍ଟେସନ୍‌ ଓ କେତେକ ଧର୍ମପୀଠରେ ବିସ୍ପୋରଣ ଧମକ

ଉତ୍ତରାଖଣ୍ଡ: ମେ ୦୯: ରୁର୍କି ରେଲେ୍‌ୱ ଷ୍ଟେସନ୍‌ର ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଇ-ମମେଲ୍‌ ମାଧ୍ୟମରେ ଏକ ଧମକ ପୂର୍ଣ୍ଣ ଚିଠି ମିଳିଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ଚିଠିରେ ଉତ୍ତରାଖଣ୍ଡରେ ଥିବା ୬ ରେଳଷ୍ଟେସନ୍‌ ସମେତ କେତେକ ଧର୍ମପୀଠରେ ବୋମା ବିସ୍ପୋରଣ କରି ନଷ୍ଟ କରିଦିଆଯିବ ଲେଖାଯାଇଛି ।

ଉତ୍ତରାଖଣ୍ଡ ପୋଲିସ ମହାନିର୍ଦେଶକ ଅଶୋକ କୁମାରଙ୍କ ସୂଚନା ଅନୁସାରେ, ୭ ତାରିଖ ସନ୍ଧ୍ୟା ସମୟରେ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । ସେଥିରେ ମେ ୨୧ ତାରିଖ ଦିନ ଲକ୍ସର୍‌, ନାଜିବାବାଦ, ଡେରାଡୁନ୍‌, ରୁର୍କି, ଋଷିକେଶ, ହରିଦ୍ୱାର ଆଦି ୬ଟି ରେଳଷ୍ଟେସନ୍‌ ଏବଂ କେତେକ ଧର୍ମପୀଠରେ ବୋମା ବିସ୍ପୋରଣ କରାଯିବ ବୋଲି ଲେଖାଯାଇଥିଲା । ଇ-ମେଲ୍‌ ପଠାଇଥିବା ବ୍ୟକ୍ତିଜଣକ ଆତଙ୍କବାଦୀ ସଙ୍ଗଠନ ‘ଜେଶ୍‌-ଏ-ମହମ୍ମଦ୍‌’ର ଆଞ୍ଚଳିକ କମାଣ୍ଡର୍‌ ବୋଲି ନିଜର ପରିଚୟ ଦେଇଛନ୍ତି । ତାଙ୍କର ନାମ-ସଲିମ୍‌ ଅନ୍‌ସାରି ।

ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ବିଗତ ୨୦ ବର୍ଷ ହେବ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତି ଏଭଳି ଧମକପୂର୍ଣ୍ଣ ଚିଠି ପଠାଉଛନ୍ତି । ତଥାପି, ଉତ୍ତରାଖଣ୍ଡ ପୋଲିସ ସତର୍କତା ଅବଲମ୍ବନ କରିଛି ।

Comments are closed.