ଆଜି ଲିଙ୍ଗରାଜଙ୍କ ବାହୁଡା ଯାତ୍ରା

ଭୁବନେଶ୍ୱର: ଅପ୍ରେଲ ୧୩: ଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିଜେ ହୋଇ ରାମେଶ୍ୱର ମନ୍ଦିରରୁ ଆଜି ଫେରିବେ ବାବା। ସକାଳ ୬ଟା ୩୦ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି । ପରେ ଅନ୍ୟନୀତିକାନ୍ତି ସହ ଦିନ ୧ଟା ୩୦ରେ ପହଣ୍ଡି କରାଯିବ । ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି ।ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ହେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଚଳିତବର୍ଷ ରୁକୁଣା ରଥଯାତ୍ରାରେ ବହୁ ଅବ୍ୟବସ୍ଥା ଓ ଅଘଟଣ ଦେଖିବାକୁ ମିଳିଛି । ରଥର ଚକ ଫାଟିବା ଏବଂ ରାସ୍ତା ଦବିବାରୁ ୩ ଦିନରେ ମାଉସୀ ମା ମନ୍ଦିର ପହଞ୍ଚିବା । ମାଆ ପାର୍ବତୀ, ମାଉସୀ ମାଆ ମନ୍ଦିରରୁ ଫେରି-ଚାହାଣୀ ମଣ୍ଡପ ଫେରୁଥିବା ବେଳେ ପାଲିଙ୍କି ଭାଙ୍ଗିପଡିବା ଆଦିକୁ ନେଇ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଯାଇଥିଲା । ତେବେ ଏତେ ସବୁ ଅଘଟଣ ପରେ ସବୁ ନୀତିକାନ୍ତିକୁ ସୂଚାରୁ ରୂପେ କରିବାକୁ ସମସ୍ତ ଚେଷ୍ଟା କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Comments are closed.