ଇଣ୍ଡିଆନ୍ ବ୍ୟାଙ୍କ ଓ ମିଶନ ଶକ୍ତି ମିଳିତ ଆନୁକୁଲ୍ୟରେ ଋଣ ମେଳା ଅନଷ୍ଠିତ

ପାରଳାଖେମୁଣ୍ଡି, ୬/୩ ( ଗରୁଡ଼ ଧ୍ୱଜ ଚୋୖଧୁରୀ ): ଗଜପତି ଜିଲ୍ଲାର ସଦର ମହକୁମା ପାରଳlଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଇଣ୍ଡିଆନ ବ୍ୟାଙ୍କ ଓ ମିଶନ ଶକ୍ତି ର ମିଳିତ ଆନୁକୁଲ୍ୟରେ ଏକ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ଋଣ ମେଳା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ ବ୍ୟାଙ୍କର ଜୋନାଲ ମେନେଜର ଭି. ଶଙ୍କର ରାଜୁ, ଲିଡବେଙ୍କ ମେନେଜର୍ କିଶୋର ଚନ୍ଦ୍ର ନାୟକ, ମିଶନ ଶକ୍ତି ର ଡି.ପି.ସି. ରଶ୍ମିରଞ୍ଜନ ସେଠୀ ପ୍ରମୁଖ ଉଦବୋଧନ ଦେଇ ଋଣ ମେଳା ରେ ଉପସ୍ଥିତି ଥିବା ଏସ୍.ଏଚ୍. ଜି. ଗ୍ରୁପ ର ମହିଳା ମାନଙ୍କୁ ଋଣ ଟଙ୍କା ପାଇଲା ପରେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜ ଗୋଡ଼ରେ ଠିଆ ହୋଇ ନିଜ ନିଜର ଜୀବିକା ଉପାର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ
ଏହି ଋଣ ମେଳା ରେ ପାରଳl ଖେମୁଣ୍ଡି , ଗାରବନ୍ଧ, ଓ ଖରୋଷଣ୍ଡl ଅଞ୍ଚଳରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶା ଖା ଅଧିନସ୍ଥ ୮୦ ଟି ଏସ.ଏଚ.ଜି. ଗ୍ରୁପ ର ମହିଳା ମାନଙ୍କୁ ମୋଟ ୧ କୋଟି ୨୦ ଲକ୍ଷ ୫୫ ହଜାର ଟଙ୍କା ଋଣ ବିନା ସୁଧରେ ପ୍ରଦାନ କରିଥିଲେ ପାରଳାଖେମୁଣ୍ଡି ଇଣ୍ଡିଆନ୍ ବ୍ୟାଙ୍କ ଶାଖା ପରିଚାଳକ ଏମ୍. ସାହାବୁଦ୍ଧିନ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି ଋଣ ମେଳା କୁ ଗାରବନ୍ଧ ଇଣ୍ଡିଆନ ବ୍ୟାଙ୍କ ର ଶାଖା ପରିଚାଳକ ସାଗର ପୃଷ୍ଟି, ଖରସଂଡl ଶାଖାର ମ୍ୟାନେଜର ଏ. ରାଜୁ ପ୍ରମୁଖ ପରିଚାଳନା କରିଥିଲେ l

Comments are closed.