ଆବାସ ଯୋଜନା ସାତ ସପନ,ପଲିଥିନ କୁଡ଼ିଆରେ କଟୁଛିି ବେଣୁଧରଙ୍କ ଜୀବନ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ଭିର୍କାପଡାର ବେଣୁଧର ଦାସ । ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଘର ଖଣ୍ଡେ ତାଙ୍କୁ ମିଳି ପାରିନାହିଁ । ଫଳରେ ଦୀର୍ଘ ୩ ବର୍ଷ ହେବ ଭଙ୍ଗା ଦଦରା ଘରେ ପଲିଥିନ ଘୋଡାଇ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରି ଆସୁଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବିଭିନ୍ନ ସମୟରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ହେଲେ ତାଙ୍କ ପ୍ରତି କାହାରି ସୁଦୃଷ୍ଟି ପଡିନାହିଁ ।

କେତେ ବେଳେ ଯେ’ ଏହି ଚାଲ ଛପର ପଲିଥିନ କୁଡ଼ିଆ ଭୁଷୁଡି ପଡିବ ତା’ର ମଧ୍ୟ ଠିକ ଠିକଣା ନାହିଁ । ଏମିତି ରେ ଭଗବାନ ଭରସାରେ ବାପ ପୁଅ ଦୁହେଁ ଏହି ଛପର ଘରେ ଦିନ କାଟୁଛନ୍ତି । ପ୍ରତିଦିନ କୁଲି ମଜୁରି କରି ବେଣୁଧର ପରିବାର ପ୍ରତିପୋଷଣ କରୁଥିବା ବେଳେ ପMା ଘର ଖଣ୍ଡିଏ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଫଳରେ ଭାଗ୍ୟକୁ ଆଦରି ଚୁପ ରହିଥିବା ବେଣୁଧର କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ବେଣୁଧରଙ୍କୁ ଆବାସ ଯୋଜନାରେ ସାମିଲ କରି ପMାଘର ଖଣ୍ଡିଏ ଯୋଗେଇଦେବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଲଡୁଗାଁ ସରପଞ୍ଚ ନକୁଳ ନାଏକଙ୍କ ପ୍ରତିକ୍ରିୟା ନେବାରୁ ଆଗକୁ ଆବାସ ଯୋଜନାରେ ସେ ଯଦି ଘର ପାଇବାକୁ ଯୋଗ୍ୟ ଥିବେ ତାହେଲେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Comments are closed.