ଲକ ଡାଉନରେ ଘରୁ ବାହାରିଥିଲେ ରୋଡ଼ ରୋମିଓ ଜିଲ୍ଲାଦେଶ- ବିଦେଶ By Samaya Live On Mar 25, 2020 Share ସମୟ ଲାଇଭ,୨୫/୩ : ରାଜ୍ୟରେ ଲକ ଡାଉନ ଜାରି ହୋଇଥିବାବେଳେ ଅତି ଜରୁରୀ କାମ ନଥିଲେ ଘରୁ ନବାହରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି l ତେବେ ଯାଜପୁରରେ କିଛି ଲୋକ ଲକ ଡାଉନକୁ ବେଖାତିର କରୁଥିବା ଦେଖିବାକୁ ମିଳିଛି l ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କଠୋରରୁ କଠୋରତମ ନିଷ୍ପତ୍ତି ନେଉଛନ୍ତି l ଏପରିକି କୌଣସି କାମ ନଥାଇ ଅଯଥାରେ ରାସ୍ତାକୁ ଆସିଥିବା ଲୋକଙ୍କୁ ନିଜେ ଲାଠି ଧରି ତାଗିଦ କରିଛନ୍ତି ଜିଲ୍ଲାପାଳ l ଏପରିକି ବିନା କାରଣରେ ଘରୁ ବାହାରିଥିବା ୪ ଜଣ ରୋଡ଼ ରୋମିଓଙ୍କୁ ବସଉଠ କରାଯାଇଛି l Share
Comments are closed.