ସମୟ ଲାଇଭ,23/4(ଦେବଜ୍ୟୋତି ମହାନ୍ତି):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଦେବିଦୋଳ ବ୍ରିଜ ଦେଇ ୫ କେଜି ଗଞେଇ ଯାଉଥିବା ବେଳେ ଜବତ କରାଯାଇଛି। ସୂଚନା ଅନୁସାରେ ତାଲା ବନ୍ଦ ଯୋଗୁଁ ଏହି କିଛିଦିନ ହେବ ଦେବିଦୋଳ ବ୍ରିଜ ଉପରେ ପୋଲିସ ପକ୍ଷରୁ ଏକ ୨୪ଘଣ୍ଟିଆ ଅସ୍ଥାୟୀ ପୋଲିସ ଚୌକି ବ୍ୟବସ୍ଥା କରାଯାଇଥିଲା। କାରଣ ଏବେ ମହାମାରୀ କରୋନା କଟକଣା ଯୋଗୁଁ ଏହି ବାଟ ଦେଇ ଦୈନିକ ପ୍ରବଳ ମାତ୍ରାରେ ବିଭିନ୍ନ ପ୍ରକାରର ନିଶା ଜାତୀୟ ଦ୍ରବ୍ୟ ପୁରୀ ଜିଲ୍ଲା ଓ କଟକ ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲା ଓ କେନ୍ଦ୍ରାପଡା ଜିଲ୍ଲାକୁ ଆସୁଅଛି।ଆଜି ଗୁରୁବାର ସକାଳୁ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ମୁଳବସନ୍ତ ଗ୍ରାମର ନୀଳ ବାରିକ ଓ ବିକାଶ କୁମାର ବଳ ନାମକ ଦୁଇ ଜଣ ଯୁବକ OD-33-Y-3570 ନମ୍ବର ଏକ ହିରୋହୁଣ୍ଡା ଗ୍ଲାମର ଗାଡିରେ ପରିବା ବୋଝେଇ ବ୍ୟାଗ ଭିତରେ ୫ କେଜି ଗଞେଇ ଯାହାର ଆନୁମାନିକ ମୂଲ୍ଯ ୧ଲକ୍ଷ ଟଙ୍କାରୁ ଅଧିକ ହେବ ନେଇକି ଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ। ପରେ ନାଉଗାଁ ଥାନା ଅଧିକାରୀ ଗୋବର୍ଦ୍ଧନ ସାହୁ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଡି ସହ ଦୁଇଟି ମୋବାଇଲ ଓ ଯୁବକ ଦୁଇଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ବେଳେ ଉକ୍ତ ଜିଲ୍ଲାର ପୋହଳ ଗ୍ରାମର ଅନ୍ୟ ଜଣେ ଯୁବକ ବାବୁଲି ସାହୁ OD – 29-4880 ନମ୍ବର ଏକ ହିରୋହୁଣ୍ଡା ପ୍ୟାସିଅନ ଗାଡିଆଣି ଥାନା ପରିସରରେ ସଂଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ତାକୁ କାବୁକରି ପଚରାଉଚରା କରିବା ପରେ ସେ ମଧ୍ଯ ସେମାନଙ୍କ ସହିତ ଆସିଥିବା ମାନିଥିଲା। ତେବେ ପୋଲିସ ଉକ୍ତ ଗାଡି ଦୁଇଟିକୁ ଜବତ କରିବା ସହିତ ଉକ୍ତ ତିନିଜଣ ଯୁବକଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଯାରି ରଖିଛି।ଏହି ଯୁବକ ମାନେ ପୁରୀ ଜିଲ୍ଲାରୁ ଗଞ୍ଜେଇ ଆଣି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇକୁ ନେଇକି ଯାଉଥିବା ପୋଲିସ୍ ଆଗରେ ପ୍ରକାଶ କରିଛନ୍ତି।
Comments are closed.