ମେ ୩ ପର୍ଯ୍ୟନ୍ତ ଲକଡାଉନ ଜାରି ଦେଶ- ବିଦେଶ By Samaya Live On Apr 14, 2020 Share ସମୟ ଲାଇଭ୍,୧୪/୪: ଦେଶରେ ଲାଗୁହୋଇଥିବା ୨୧ଦିନିଆ ଲକ ଦଉନ ଅବଧିକୁ ବୃଦ୍ଧି କରାଯାଇଛି | ସମସ୍ତ ରାଜ୍ୟ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି | ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ ଡାଉନ ଅବଧିକୁ ଏପ୍ରିଲ ୩୦ ଯାଏଁ ବଢାଇବାକୁ ନିଷ୍ପତ୍ତି ନେଇଥିଲେ | ତେବେ ମେ ୩ ପର୍ଯ୍ୟନ୍ତ ଲକଡାଉନର ଅବଧି ବୃଦ୍ଧି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ସକାଳ ୧୦ଟା ବେଳେ ଦେଶକୁ ସମ୍ବୋଧିତ କରି ଏଭଳି କିଛି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ଲକଡାଉନ ନିୟମକୁ ଆହୁରି କଡାକଡି କରାଯିବାକୁ ମଧ୍ୟ ସେ କହିଛନ୍ତି । ଯେଉଁଠାରେ କରୋନା ସଂକ୍ରମିତ ବଢ଼ିବ ସେଠାରେ କଡାକଡି କରାଯିବା କଟକଣା । ବୁଧବାର ଏ ନେଇ ଆସିବ ନୂଆ ଗାଇଡଲାଇନ । ଏପ୍ରିଲ ୨୦ ପର୍ଯ୍ୟନ୍ତ ଥାନାୱାରୀ, ଜିଲ୍ଲା ୱାରୀ କରୋନ ସ୍ଥିତି ସମୀକ୍ଷା କରାଯିବ । ଏପ୍ରିଲ ୨୦ପରେ କିଛି ସ୍ଥାନରେ ସ୍ଥିତି ଦେଖି କୋହଳ କରାଯିବ । ଯେଉଁ ଅଂଚଳରେ ନୂଆ କରୋନା ମାମଲା ନ ଆସିବ ସେଠାରେ ଏପ୍ରିଲ ୨୦ ପରେ କୋହଳ କରାଯିବ । ଯଦି କୋହଳ କରାଯାଇଥିବା ସ୍ଥାନରେ ପୁଣି ନୂଆ ମାମଲା ଦେଖାଯିବ ତାହେଲେ ପୁଣି ସେଠାରେ ଲାଗୁହୋଇଯିବା କଟକଣା । ଯେଉଁଠାରେ ନୂଆ କରୋନା ସଂକ୍ରମିତ ଦେଖାଯିବେ ସେଠାରେ ମେ ୩ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ । ଦ୍ୱିତୀୟ ପର୍ଯ୍ୟାୟରେ କଟକଣା କୋହଳ କଲେ ରାଜ୍ୟ ସରକାର: ଚାଷୀ ଓ ଶ୍ରମିକଙ୍କ ସମେତ ୧୩ଟି ବିଭାଗକୁ ମିଳିଲା ଅନୁମତି । ରାଜ୍ୟ ସରକାର ଏପ୍ରିଲ୍ ୩୦ଯାଏଁ ଲକଡାଉନ୍ ଅବଧି ବଢ଼ାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ସମୟରେ କିଛି କଟକଣାକୁ କୋହଳ କରିଛନ୍ତି । ବିଶେଷ କରି ଏଥିରେ ଚାଷୀ ଓ ଶ୍ରମିକମାନଙ୍କୁ ଗୁରୁତ୍ୱ ଦେଇଛନ୍ତି ସରକାର । ସେହିଭଳି କିଛି ନର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଲକଡାଉନ୍ ନିୟମକୁ କୋହଳ କରାଯାଇଛି । ସ୍ୱାସ୍ଥ୍ୟ, ଖାଦ୍ୟ ଓ ଯୋଗାଣ, ଶିଲ୍ପ, ଖଣି ଭଳି ରାଜ୍ୟର ୧୩ଟି ବିଭାଗ ତା’ର କାର୍ଯ୍ୟ ଜାରି ରଖିବାକୁ ନିର୍ଦେଶନାମା ଜାରି କରିଛି ରାଜସ୍ୱ ବିଭାଗ । ତେବେ ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ସମୟରେ ରାଜ୍ୟ ସରକାର କିଛି କଟକଣାକୁ କୋହଳ କରିଛନ୍ତି । ବିଶେଷ କରି ଏଥିରେ ଚାଷୀମାନଙ୍କୁ ଗୁରୁତ୍ୱ ଦେଇଛନ୍ତି ସରକାର । ଧାନବୁଣା, ତଳିରୁଆ, ଫସଲ ଅମଳ, ବିହନ ପରିବହନ, ଚାଷ ପାଇଁ ଟ୍ରାକ୍ଟର ବ୍ୟବହାରକୁ ମିଳିଛି ଅନୁମତି । ଏହି ସମୟରେ କୃଷି ଯନ୍ତ୍ରପାତି ବିକ୍ରୟ ଓ ମରାମତି କେନ୍ଦ୍ର, ରାସାୟନିକ ସାର ଓ ଶୀତଳ ଭଣ୍ଡାର କେନ୍ଦ୍ର ଖୋଲା ରହିବ । ସେହିଭଳି ଖରିଫ୍ ଋଣ ଯୋଗାଇଦେବାକୁ ସବୁ ବ୍ୟାଙ୍କ କାର୍ଯ୍ୟ କରିବେ, ଅଫିସ ମଧ୍ୟ ଖୋଲା ରହିବ । ରବି ଧାନ ସଂଗ୍ରହ ପାଇଁ ୧୭ରୁ ୧୮ ଜିଲ୍ଲାରେ ମଣ୍ଡି ଖୋଲା ରହିବ । ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଆଦି ଦ୍ରବ୍ୟର ପରିବହନ ଚାଲୁ ରହିବ । ସେହଭଳି ମାଛଖାଦ୍ୟ, ପଶୁ ଖାଦ୍ୟ ଉତ୍ପାଦନ ଓ ପରିବହନ, ଯୋଗାଣ ଜାରି ରହିବ । ଏହାଛଡ଼ା ପ୍ରାଣୀ ଚିକିତ୍ସାଳୟ ଓ ଟୀକା କରଣ କେନ୍ଦ୍ର ଖୋଲା ରହିବ । ପୋଖରୀ ମାଛ ଚାଷ, ମାଛଧରା, ସାମୁଦ୍ରିକ ମାଛ ଧରା ମଧ୍ୟ ଚାଲୁ ରହିବ । ମାଛ ଯାଆଁଳ ଉତ୍ପାଦନ, ମାଛ ଜାଲ କାରଖାନା, ଗୋଶାଳା, ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଣ ଆଦି ଚାଲୁ ରହିବ ବୋଲି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସିମୟରେ ଶ୍ରମିକମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ସରକାର । କିଛି ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଲକଡାଉନ୍ ନିୟମକୁ କୋହଳ କରାଯାଇଛି । ମନରେଗା କାର୍ଯ୍ୟକ୍ରମ ରାଜ୍ୟର ସବୁ ଗ୍ରାମାଞ୍ଚଳରେ ଚାଲୁ ରହିବ । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ, ବିଜୁ ପକ୍କା ଘର ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ, ପାନୀୟ ଜଳ ଯୋଗାଣ, ନଳକୂପ ମରାମତି କାର୍ଯ୍ୟ, କେନ୍ଦୁପତ୍ର ତୋଳା, କେନ୍ଦୁପତ୍ର ଫଡ଼ି, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କାର୍ଯ୍ୟ ଚାଲୁ ରହିବ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ କାର୍ଯ୍ୟ ଜାରି ରହିବ । ଏହା ଛଡ଼ା ଖାଦ୍ୟ ହୋମ୍ ଡେଲିଭରି ଓ ଢ଼ାବା ଚାଲୁ ରହିବ । ତେବେ ଢ଼ାବାରେ ବସି କେହି ଖାଇପାରିବେ ନାହିଁ କେବଳ ପ୍ୟାକିଂ ଖାଦ୍ୟ ନେଇପାରିବେ । ସେପଟେ ସ୍ୱାସ୍ଥ୍ୟ, ଖାଦ୍ୟ ଓ ଯୋଗାଣ, ଶିଲ୍ପ, ଖଣି ଭଳି ରାଜ୍ୟର ୧୩ଟି ବିଭାଗ ତା’ର କାର୍ଯ୍ୟ ଜାରି ରଖିବାକୁ ନିର୍ଦେଶନାମା ଜାରି କରିଛି ରାଜସ୍ୱ ବିଭାଗ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମ୍ୟାନୁଫ୍ୟାକ୍ଚରିଂ, ଓମ୍ଫେଡ୍, ଓପଲଫେଡ୍, ଚିଲିକା ଫ୍ରେସ୍, ଫୁଡ୍ ଓ ଗ୍ରୋସରି ଦୋକାନ ଖୋଲା ରହିବ । ହୋମ୍ ଡେଲିଭଳି କରୁଥିବା ସଂସ୍ଥା ସେମାନଙ୍କ କାର୍ଯ୍ୟ ଜାରି ରଖିବେ । ସେହିଭଳି ବେସରକାରୀ ସିକ୍ୟୁରିଟି ସଂସ୍ଥା ଚାଲିପାରିବ । ଶିଳ୍ପ କ୍ଷେତ୍ରରେ କୋଲ, ପାୱାର, ଷ୍ଟିଲ୍ ଓ ସାର କାରଖାନା ଚାଲିବା ସହ ଖଣି କାର୍ଯ୍ୟ ଚାଲୁ ରହିବ ବୋଲି ନିର୍ଦେଶ ଦେଇଛି ଗୃହ ବିଭାଗ । Share
Comments are closed.