ସୋନପୁର,ଅକ୍ଟୋବର ୨୫: ହରଗୌରୀଙ୍କୁ ସ୍ଥାପନା କରି ପ୍ରତ୍ୟହ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସହ ପାରଂପରିକ ପିଠାପଣା ପ୍ରସ୍ତୁତକରି ସମର୍ପଣ କରିବା ବିଧିହେତୁ କେବେ ଖିରୀପିଠା କେବେ ବିରିଚକୁଳି ପ୍ରସାଦ ଲାଗି କରାଯାଏ । ସେହିକ୍ରମରେ ଆଜି ଯାତ୍ରାର ପଞ୍ଚମଦିନରେ ହରଗୌରୀଙ୍କ ଠାରେ ଏକ ସ୍୍ୱତନ୍ତ୍ର ଧରଣର କୁଡୁମୁଲ୍ଲୁ ପିଠା ସହ ଅନïରାଲୁ ପାଏସମୁ ଲାଗିହୋଇଛି ।
ସଂଧ୍ୟାରେ ପ୍ରଥମେ ବୁଢିମା ମନ୍ଦିର ସମ୍ମୁଖରେ କାଠିପକା ଯିବାପରେ ହରଗୌରୀଙ୍କୁ ପୂଜାମଣ୍ଡପରୁ ବାହାରକୁ ଅଣାଯାଇ ଦୁଇଜଣ ମହିଳା ଉଭୟଙ୍କୁ ମୁଣ୍ଡରେ ବୋହି ନଗର ପରିକ୍ରମା କରିଥାନ୍ତି । ହେଲେ ଏଥର କୋଭିଡ଼ କଟକଣା ଯୋଗୁଁ କେବଳ କିଛି ର୍ନିଦ୍ଦିଷ୍ଟ ସ୍ଥାନରେ ହରଗୌରୀଙ୍କୁ ସାହିର ସମସ୍ତେ ପୂଜାର୍ଚ୍ଚନା କରିଛନ୍ତି । ପରେ ହରଗୌରୀଙ୍କୁ ସ୍୍ୱତନ୍ତ୍ର ଭାବେ ର୍ନିମାଣ ହୋଇଥିବା ମଂଚ ଉପରେ ଉପବିଷ୍ଟ କରାଇ ସ୍୍ୱତନ୍ତ୍ର ଭାବେ ପଡାର ମହିଳା ମାନଙ୍କ ଦ୍ୱଛରା ପ୍ରସ୍ତୁତ ହୋଇଥିବା କୁଡୁମୁଲ୍ଲୁ ଓ ଅନïରାଲୁ ପାଏସମୁ ଲାଗିହୋଇଥିଲା । ଏହି ପ୍ରସାଦ ଟିକେପାଇବା ଦିନକୁ ବହୁ ଭକ୍ତ ଆଗ୍ରହର ସହ ଅପେକ୍ଷା କରିଥାନ୍ତି । ପରେ ହରଗୌରୀଙ୍କୁ ବିଜେ କରାଯାଇଥିଲା ।
Comments are closed.