ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି,ଭକ୍ତ,ତାରା,ମୋକିମ ଗିରଫ

ଭୁବନେଶ୍ୱର : ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଗର୍ଜିଲା କଂଗ୍ରେସ । ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଲୋୟର ପିଏମ୍‌ଜିରେ ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଲେ କଂଗ୍ରେସ କର୍ମୀ । ବିଧାନସଭା ଅଭିମୁଖେ ଅଗ୍ରସର ବେଳେ ପୋଲିସ ସହ କଂଗ୍ରେସ ନେତା ଓ କର୍ମୀ ଧସ୍ତାଧସ୍ତି ଓ ଠେଲାପେଲା ହୋଇଛନ୍ତି । ଏହି ସମୟରେ କଂଗ୍ରେସ କର୍ମୀ ମାନେ ପୋଲିସ ଉପରକୁ ବଡ଼ ବଡ଼ ଟେକା ଏବଂ ପଥର ମାଡ଼ କରିଥିଲେ । ସେହିପରି ଅନ୍ୟ କିଛି କଂଗ୍ରେସ କର୍ମୀ ମାନେ ଚେୟାର ଉଠାଇ ପୋଲିସ ଉପରକୁ ମାଡ଼ କରିବା ସହ ରାସ୍ତା ପାର୍ଶ୍ୱରେ ଥିବା ଗାଡି ଗୁଡିକ ମଧ୍ୟ ଭାଙ୍ଗି ଦେଇଥିଲେ ।

ଅନ୍ୟପଟେ ବ୍ୟାରିକେଡ୍‌ ଭାଙ୍ଗିବା ପରେ ପୋଲିସ୍‌ କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କରିଛି । କେବଳ ପାଣି ନୁହେଁ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଟିୟର ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କରିଥିଲା ପୋଲିସ । ଏହାରି ଭିତରେ କଂଗ୍ରେସର ତୁଙ୍ଗ ନେତାଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଛି ପୋଲିସ । ପ୍ରଥମେ ତାରା ବାହିନୀପତି ,କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ମହମ୍ମଦ ମୋକିମଙ୍କୁ ଗିରଫ କରିବା ସହ କିଛି କଂଗ୍ରେସ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

 

Comments are closed.