ଉଠରେ ଉଠ ଉତ୍କଳ ସନ୍ତାନ …

ସମୟ ଲାଇଭ,୨୮/୪: ଓଡିଶା ମାଟିର ତଥା ଓଡ଼ିଆ ଜାତିର ସ୍ବାଭିମାନ ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ। ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ ।
ଏ ମହାନ୍ ଆତ୍ମା କୂଳବୁଦ୍ଧ ମଧୁସୁଦନ ଦାସଙ୍କ ଆଜି ୧୭୨ତମ ଜନ୍ମ ଜୟନ୍ତୀ | ୨୮ ଏପ୍ରିଲ ୧୮୪୮ମସିହା ଆଜିର ଦିନରେ କଟକ ଜିଲ୍ଲା ସାଲେପୁର ସତ୍ୟଭାମାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ।
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଓଡ଼ିଆ ଭାଷାର ପରିଚୟ ସହ ଏକ ଭାଷାଭିତ୍ତିକ ରାଜ୍ୟ ଗଠନର ସେ ଥିଲେ କର୍ଣ୍ଣଧାର । ଛୋଟବେଳୁ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ଆଜିବି ସେ ଉକ୍ତିଟି ମନେପଡିଯାଏ।
“ତୁମପରି ଛୋଟ ପିଲା ଟିଏ ଗାଁ ଚାହାଳିର ଚାଟ ସିଏ,ଚେହେରା ଟି ତାହାର ଡ଼ଉଲଡାଉଲ ବୁଦ୍ଧି ରେ ତାହାର ସରି କିଏ”
ଭାଷାଭିତ୍ତିକ ରାଜ୍ୟ ଗଠନରେ ମଧୁବାବୁଙ୍କର ଭୂମିକା ଥିଲା ଅତୁଳନୀୟ। ତାଙ୍କ ପ୍ରଚେଷ୍ଟାରେ ଓଡିଶା ଏକ ସ୍ୱତନ୍ତ୍ର ଭାଷା ଭାଷାଭିତ୍ତିକର ମାନ୍ୟତା ପାଇଥିଲା। ଆଉ ରାଜ୍ୟ ଖାଲି ନୁହେଁ ଦେଶ ଗଠନରେ ଯାହାଙ୍କର ନେତୃତ୍ବ ଥିଲା ଅନନ୍ୟ।ଯାହାଙ୍କର ହୃଦୟରେ ଥିଲା ଜାତୀୟତାବାଦ । ଏକ ଜାତୀକୁ ନେଇ ରାଜ୍ୟ ଦେଶ,ଦେଶବାହାରେ ସେ ଦେଇଥିଲେ ପରିଚୟ।
ପ୍ରତିଟି ଓଡ଼ିଆ ହୃଦୟରୁ ଆଜି ନିଶ୍ଚୟ ତାଙ୍କ ପ୍ରତି ଅନାବିଳ ଆବେଗ ସୃଷ୍ଟି ହେଉଥିବ |

Comments are closed.