ମହୁଲଫୁଲର ଉଚିତ ମୂଲ୍ୟ ପାଇପାରୁନାହାନ୍ତି ମହୁଲ ସଂଗ୍ରହକାରୀ

ଜମନକିରା : ଜମନକିରା ବ୍ଲକ ଅଞ୍ଚଳରେ ଯେପରି ଭାବେ ଏବେ ଚୋରା ଦେଶୀମଦର ବେପାର ଚାଲିଛି , ଅଞ୍ଚଳରେ କିଛି ମହୁଲ ବେପାରୀ ଭିନ୍ନ ଭିନ୍ନ ଗ୍ରାମ ଯାଇ ଲୋକଙ୍କଠୁ ମହୁଲ ନେଇ ଉଚିତ ମୂଲ୍ୟ ଦେଉନଥିବା ଅଭିଯୋଗ ହେଉଛି । ଫଳରେ ସଠିକ ମୂଲ୍ୟ ପାଇପାରୁନଥିବା ମହୁୁଲ ଗୋଟାଳିଙ୍କ ଅଭିଯୋଗ ହେଉଛି । ମହୁଲ ଫୁଲ ସଂଗ୍ରହ କରି ଗରିବ ଆଦିବାସୀ ବେଶ ଦୁଇ ପଇସା ରୋଜଗାର କରିଥାନ୍ତି ।
ମହୁଲଫୁଲର ଉଚିତ ମୂଲ୍ୟ ପାଇପାରୁନାହାନ୍ତି ମହୁଲ ସଂଗ୍ରହକାରୀ

ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହରେ ମହୁଲ ଫୁଲ ସଂଗ୍ରହ ଗରିବଙ୍କ ପାଇଁ ଅନ୍ୟତମ ରୋଜଗାର ପନ୍ଥା । ମହୁଲ ଫୁଲକୁ ବିକ୍ରି କରି ମୁଖ୍ୟତଃ ଜନସାଧାରଣ ନିଜର ଆଶ୍ୟକତାକୁ ପୂରଣ କରିଥାନ୍ତି । ଗୋଟିଏ ବର୍ଷ ପାଇଁ ଲୁଣ ବଦଳେଇ ରଖିବାର ଆଉ ଏକ ଅଭ୍ୟାସ ରହିଛି । ଆଉ ଯାହାକିଛି ଅର୍ଥ ବଞ୍ଚିରହେ ଲୋକମାନେ ତାକୁ ନିଜର ଅତ୍ୟାବଶକୀୟ ଜିନିଷ ପୂରଣ କରିବାରେ ନିୟୋଜିତ କରିଥାନ୍ତି । ଲୋକେ ପାହାନ୍ତିଆରୁ ଜଙ୍ଗଲ ସହ ନିଜ ଚାଷଜମିକୁ ଯାଇ ଅପରାହ୍ନ ଗୋଟାଏ ରୁ ତିନିଟା ପର୍ଯ୍ୟନ୍ତ ମହୁଲ ଗୋଟେଇବାରେ ଲାଗିଥାନ୍ତି ।

ମହୁଲଫୁଲର ଉଚିତ ମୂଲ୍ୟ ପାଇପାରୁନାହାନ୍ତି ମହୁଲ ସଂଗ୍ରହକାରୀ

ପ୍ରଚଣ୍ଡ ଖରାରେ ନିଜ ଛୋଟ ପିଲାମାନଙ୍କୁ ନେଇ ଥିର ପଖାଳ ନେଇ ମହୁଲଫୁଲ ସଂଗ୍ରହ କରାଯାଏ ବୋଲି ମହୁଲ ସଂଗ୍ରହକାରୀ କହନ୍ତି । ସଂଗୃହିତ ମହୁଲକୁ ଲୋକେ ପାଞ୍ଚରୁ ଛଅ ଦିନ ବାରମ୍ବାର ଖରାରେ ଶୁଖାଇବା ପରେ ମହୁଲ ବିକ୍ରି ହେବାର ଯୋଗ୍ୟ ହୋଇଥାଏ । କି;ୁ ଏତେ ପରିଶ୍ରମ ସତେ୍ୱ ଅଞ୍ଚଳର ଦଲାଲ ଲୋକଙ୍କୁ ଭୂୟା ବୁଲାଉଥିବା ଅଭିଯୋଗ ହେଉଛି । ଲୋକଙ୍କ ଚାଷକାମ ପରେ ଜୀବନ ଜୀବିକାର ଦ୍ୱିତୀୟ ପନ୍ଥା ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଦି’ପଇସା ରୋଜଗାର କରିବାର କି;ୁ ମହୁଲ ସଂଗ୍ରହକାରି ମହୁଲ ତଥା ଜଙ୍ଗଲଜାତ ଦ୍ରବ୍ୟର ସରକାରୀ ଦର ଜାଣି ନ ପାରିବାରୁ ସେମାନେ ବେପାରୀମାନଙ୍କଠୁ ଠକାମୀର ଶିକାର ହେଉଥିବା ଅଭିଯୋଗ ହେଉଛି ।

ମହୁଲଫୁଲର ଉଚିତ ମୂଲ୍ୟ ପାଇପାରୁନାହାନ୍ତି ମହୁଲ ସଂଗ୍ରହକାରୀ

ସରକାର ବେପାରୀମାନଙ୍କୁ ଲାଇସେନ୍ସ ଦେଇଥିବା ବେଳେ ଲାଇସେନ୍ସ ଥିବା ବେପାରୀମାନେ ଦଲାଲ ଲଗାଇ ଲୋକଙ୍କ ହକ ଲୁଟି ନେଉଛନ୍ତି । ବେପାରୀମାନେ ଗରିବ ଲୋକଙ୍କଠୁ ୧କେଜି ପ୍ରତି ୨୦ ରୁ ୩୦ ଟଙ୍କା ମହୁଲ କିଣି ନେଉଥିବାର ଅଭିଯୋଗ ହେଉଛି । ୧୯୯୬ ପେସାଆଇନ ବଳରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତକୁ କ୍ଷମତା ପ୍ରଦାନ କରିଥିଲେ ମଧ୍ୟ ଏଠିକାର ଆଦିବାସୀ ଓ ଜନପ୍ରତିନିଧି ମାନେ ସେ ଦିଗରେ କାର୍ଯ୍ୟକରୁନାହାନ୍ତି କିମ୍ବା ପଞ୍ଚାୟତିରାଜ ସେ ଦିଗରେ ଏତେ ତତ୍ପର ନୁହେଁ ବୋଲି ଅନେକ ଅଞ୍ଚଳରେ ଅଭିଯୋଗ ହେଉଛି । ହାଡଭଙ୍ଗା ପରିଶ୍ରମ କରୁଥିବା ଗରିବ ଲୋକମାନେ ସଠିକ ପରିଶ୍ରମର ମୂଲ୍ୟ ପାଇ ପାରୁନାହାନ୍ତି ।

ମହୁଲଫୁଲର ଉଚିତ ମୂଲ୍ୟ ପାଇପାରୁନାହାନ୍ତି ମହୁଲ ସଂଗ୍ରହକାରୀ

ଗ୍ରାମ ପଞ୍ଚାୟତର ଜଙ୍ଗଲଜାତ କ୍ରୟ ବିକ୍ରୟ ଓ ସଂଗ୍ରହ କରି ରଖିବାର ମଧ୍ୟ ବ୍ୟବସ୍ଥାନାହିଁ । ଗ୍ରାମପଞ୍ଚାୟତର ବେକାର ଥିବା ଏବଂ ପୁଞ୍ଜି ନିବେଶ କରୁଥିବା ବ୍ୟକ୍ତିମାନଙ୍କୁ ଲାଇସେନ୍ସ ଦେବା ବ୍ୟବସ୍ଥାଦେବା ଥିଲେ ମଧ୍ୟ ତାହା ହୋଇପାରୁନି । ମହୁଲରେଟ ସରକାର ର୍ନିଣ୍ଣୟ କରୁଥିବାବେଳେ ଏଠାରେ ର୍ନିଣ୍ଣୟ କରନ୍ତି ମହୁଲ କିଣା ବେପାରୀ । ଏବେ ଏ କିଛି ବର୍ଷ କି;ୁ ମହୁଲ ସଂଗ୍ରହକୁ ପ୍ରଭାବିତ କରିଛି ।

Comments are closed.