ମହାପ୍ରଭୁଙ୍କୁ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ‘ଅମୃତ ଅନ୍ନ’

0

ପୁରୀ : ମହାପ୍ରଭୁଙ୍କୁ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ କୋଠଭୋଗ । ମଧ୍ୟାହ୍ନ ଧୂପରେ ଭୋଗ ଲାଗିଲା ଅମୃତ ଅନ୍ନ । ପାଞ୍ଚ ପ୍ରକାର ଜୈବିକ ଚାଉଳରେ ପ୍ରସ୍ତୁତ ହୋଇଥିଲା ଅନ୍ନ । ସେଥି ମଧ୍ୟରୁ ଗୋବିନ୍ଦ ଭୋଗ ଚାଉଳ ଓ ଝିଲ୍ଲୀ ଚାଉଳକୁ କୋଠଭୋଗରେ ବ୍ୟବହୃତ କରିବା ପାଇଁ ମୋହର ମାରିଛି ଶ୍ରୀମନ୍ଦିର ପ୍ରଶାସନ । ଏହି ମହାପ୍ରସାଦକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ,ସୁଆର ମହାସୁଆର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ସେବନ କରିଥିଲେ । ଜୈବିକ ଚାଉଳରେ ପ୍ରସ୍ତୁତ ମହାପ୍ରସାଦକୁ ଭକ୍ତଙ୍କ ନିକଟରେ ପହଂଚାଇବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି ।

ସେହିପରି ଆଗାମୀ ଦିନରେ ଏହି ସବୁ ଚାଉଳକୁ ଅଧିକ ମହଜୁଦ ରଖିବାକୁ ବିଭିନ୍ନ ସଂଗଠନମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ପାଇଁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଗକୁ ଡାଲି ଓ ପରିବା ପ୍ରଭୃତି ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଇ ମହାପ୍ରସାଦରେ ବ୍ୟବହାର ହେବ । ଶୀଘ୍ର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.