ମେଜର୍ ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଗ୍ରହଣ କଲେ ୪ ଅଲିମ୍ପିକ ବିଜେତା
୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର, ୫ ଜଣ ଖେଳ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ କ୍ରୀଡା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି । ୪ ଜଣଙ୍କୁ ମିଳିଲା ସର୍ବୋଚ୍ଚ କ୍ରୀଡା ପୁରସ୍କାର । ୩ ଅଲିମ୍ପିକ ବିଜେତାଙ୍କ ସହ ଜଣେ ପରା ଅଲିମ୍ପିକ ବିଜେତାଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ୟାରିସ୍ ଅଲିମ୍ପିକ୍ରେ ଦୁଇ ଦୁଇଟି ପଦକ ଜିତିଥିବା ମହିଳା ସୁଟର ମନୁ ଭାକର ଓ ବିଶ୍ଵ ଚେସ୍ ଚମ୍ପିଆନ୍ ଡି. ଗୁକେଶ, ଭାରତୀୟ ପୁରୁଷ ହକି ଦଳ ଅଧିନାୟକ ହରମନପ୍ରୀତ ସିଂହ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାର ଖେଳ ରତ୍ନ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୫ ଜଣ ଖେଳ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ପୁରସ୍କାର ବିତରଣ ସମାରୋହରେ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଧ୍ୟ ଉପସ୍ଥିତ ଥିଲେ। ଜାନୁଆରୀ ପ୍ରଥମ ସପ୍ତାହରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା କ୍ରୀଡ଼ା ପୁରସ୍କାର ୨୦୨୪ ଘୋଷଣା କରାଯାଇଥିଲା ।
ଖେଳ ରତ୍ନ ବ୍ୟତୀତ ୩୪ ଜଣ କ୍ରୀଡ଼ାବିତ୍ଙ୍କୁ ୨୦୨୪ରେ ଖେଳରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉତ୍ତମ ପ୍ରଶିକ୍ଷଣ ପାଇଁ ପାଞ୍ଚ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି।
ଚେସ୍ ତାରକା ଗୁକେସ ଡି
୨୦୨୪, ସିଙ୍ଗାପୁରରେ ଅନୁଷ୍ଠିତ FIDE ବିଶ୍ୱ ଚେସ୍ (କ୍ଲାସିକାଲ୍) ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ,୨୦୨୪, ବୁଦାପେଷ୍ଟରେ ଅନୁଷ୍ଠିତ FIDE ୪୫ତମ ଚେସ୍ ଅଲିମ୍ପିଆଡ୍ (ଓପନ୍ ଟିମ୍)ରେ ସ୍ୱର୍ଣ୍ଣ ପଦକ , ୨୦୨୪, ବୁଡାପେଷ୍ଟରେ ଅନୁଷ୍ଠିତ FIDE ୪୫ତମ ଚେସ୍ ଅଲିମ୍ପିଆଡ୍ (ବ୍ୟକ୍ତିଗତ)ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ଭାରତୀୟ ପୁରୁଷ ହକି ଦଳ ଅଧିନାୟକ ହରମନପ୍ରୀତ ସିଂହ
୨୦୨୪ରେ ଫ୍ରାନ୍ସର ପ୍ୟାରିସରେ ଅନୁଷ୍ଠିତ ଅଲିମ୍ପିକ୍ ଗେମ୍ସ (ପୁରୁଷ ହକି ଦଳ)ରେ କାଂସ୍ୟ ପଦକ , ୨୦୨୧ରେ ଜାପାନର ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ ଗେମ୍ସ (ପୁରୁଷ ହକି ଦଳ)ରେ କାଂସ୍ୟ ପଦକ ,୨୦୨୩ରେ ଚୀନର ହାଙ୍ଗଝୁରେ ଅନୁଷ୍ଠିତ ୧୯ତମ ଏସୀୟ ଗେମ୍ସ (ପୁରୁଷ ହକି ଦଳ)ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ପାରା ଆଥଲେଟ୍ ପ୍ରବୀଣ କୁମାର
୨୦୨୪, ପ୍ୟାରିସ ପାରାଅଲିମ୍ପିକ୍ ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ୍ T64)ରେ ସ୍ୱର୍ଣ୍ଣ ପଦକ ,୨୦୨୧, ଟୋକିଓ ପାରାଅଲିମ୍ପିକ୍ ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ୍ T64)ରେ ରୌପ୍ୟ ପଦକ , ୨୦୨୩, ଚୀନର ହାଙ୍ଗଝୁରେ ଅନୁଷ୍ଠିତ ଚତୁର୍ଥ ଏସୀୟ ପାରା ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ୍ T64)ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ଶୁଟର୍ ମନୁ ଭାକର
୨୦୨୪, ପ୍ୟାରିସ ଅଲିମ୍ପିକ୍ ଗେମ୍ସ (ମହିଳା ୧୦ ମିଟର ଏୟାର ପିସ୍ତଲ)ରେ କାଂସ୍ୟ ପଦକ ,୨୦୨୪, ପ୍ୟାରିସ ଅଲିମ୍ପିକ୍ ଗେମ୍ସ (ମିଶ୍ରିତ ଦଳ ୧୦ ମିଟର ଏୟାର ପିସ୍ତଲ)ରେ କାଂସ୍ୟ ପଦକ ହାସଲ କରିଛନ୍ତି ।
Comments are closed.