ଆମ ଦେଶରେ ମକର ସଂକ୍ରାନ୍ତିକୁ ଏକ ପବିତ୍ର ଦିବସ ରୂପେ ପାଳନ କରାଯାଏ । ଏହିଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ଓ ତାଙ୍କର ଉନ୍ନରାୟଣ ଆରମ୍ଭ ହୁଏ । ଏହି ଦିନର ଆଉ ଏକ ପୌରାଣିକ ତାତ୍ପର୍ଯ୍ୟ ହେଲା ଯେ ମହାଭାରତ ଯୁଦ୍ଧରେ ଭୀଷ୍ମ ଶରଶଯ୍ୟାରେ ୫୬ଦିନ ଶୟନ କଲାପରେ ମର ଶରୀର ତ୍ୟାଗ କରିବା ପାଇଁ ଏହି ପବିତ୍ର ଦିନଟିକୁ ଅପେକ୍ଷା କରି ରହିଥିଲେ । ସୂର୍ଯ୍ୟଙ୍କର ଉନ୍ନରାୟଣ ଆରମ୍ଭ ହେବାରୁ ତାଙ୍କ ଆତ୍ମା ପରମାତ୍ମାଙ୍କ ଶରୀରରେ ଲୀନ ହେଲା । ସତ୍ୟସାଇ ବାବା ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନଟିକୁ ସତ୍ୟସାଇ ସଂଗଠନର ନବବର୍ଷର ଆରମ୍ଭ ରୂପେ ପାଳନ କରି ଏହି ପବିତ୍ର ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଦିବ୍ୟ ସମ୍ଭାଷଣମାନ ଦେଇଥାନ୍ତି ।
ତାଙ୍କ ମତରେ ମକର ସଂକ୍ରାନ୍ତି ଆବାହମାନ କାଳରୁ ଏକ ପରିପୂର୍ଣ୍ଣତା ଓ ଆନନ୍ଦର ଦିବସ ରୂପେ ପାଳିତ ହୋଇ ଆସୁଅଛି । ଏହି ପର୍ବ ସାମାଜିକ ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ସଂକ୍ରାନ୍ତିର ଅର୍ଥ ହେଲା ସମୁହକ୍ରାନ୍ତି । କ୍ରାନ୍ତି କହିଲେ ପରିବର୍ନ୍ନନକୁ ବୁଝାଏ । ଏହି ପବିତ୍ର ଦିବସର ପ୍ରଭାବରେ ସମଗ୍ର ମାନବ ଜାତି ମଧ୍ୟରେ ପବିତ୍ର ବାତାବରଣ ସୃଷ୍ଟି ହୁଏ । ସେଥିପାଇଁ ସାଇ ବାବା ଏହି ପର୍ବରେ ଭକ୍ତମାନଙ୍କ ସମାବେଶରେ ଶୁଭ ସନ୍ଦେଶ ଦେଇକହିଥାନ୍ତି ଯେ ସଂକ୍ରାନ୍ତି ହୃଦୟର ପରିବର୍ନ୍ନନ ଆଣିଲେ ସମସ୍ତେ ସୁଖ ସମୃଦ୍ଧ ଭରା ଗୌରବମୟ ଜୀବନଯାପନ କରିବେ ।
ସାଧାରଣତଃ ଗ୍ରାମ ମାନଙ୍କରେ ଚାଷକାର୍ଯ୍ୟରେ ବ୍ୟସ୍ତ ଥିବା ବ୍ୟକ୍ତିମାନେ ଜମି ହଳ କରିବା, ପାଣି କାଦୁଅରେ ଦିନରାତି ପରିଶ୍ରମ କରି ବେଉଷଣ କରିବା, ଶୀତ କାକରରେ ଧାନ ଅମଳ କରି ଖଳାରେ ଗଦା ମାରିବା ଓ ଧାନ ଅମଳ କରିବାରେ ଯେଉଁ କଷ୍ଟ ସ୍ୱୀକାର କରିଥାଆନ୍ତି । ମକର ସଂକ୍ରାନ୍ତି ପରି ଏକ ପବିତ୍ର ଦିନ ଉପସ୍ଥିତ ହେଲେ ମନଭରି ଆନନ୍ଦ ଉଲ୍ଲାସରେ ମାତି ଯାଆନ୍ତି । ଟିକିଏ ଆରାମ କରିବା ସହିତ ଭାଗବତ ଆରାଧନା କରିବାରେ ଦିନଟିକୁ କାଟି ଥାଆନ୍ତି ।
ଘରେ ଘରେ ନୂଆ ଧାନର ଚାଉଳରେ ନଡ଼ିଆ, ଛେନା ଆଦି ବ୍ୟବହାର କରି ସୁସ୍ୱାଦୁ ପୋଡ଼ପିଠା କରି ମକର ଚାଉଳ ସହିତ ଠାକୁରଙ୍କ ନିକଟରେ ଭୋଗ ଲଗାନ୍ତି । ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ । ତେଣୁ ଏହି ଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ ଆଦି ମିଶାଇ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଦେବୀ ଦେବତା ଓ ଧାନ ଖଳାରେ ଭୋଗ ଲଗାଯାଏ । ଏହି ଭୋଗ ମକର ଚାଉଳ ଭାବେ ପରିଚିତ । କେତେକ ଅଞ୍ଚଳରେ ନୂଆଧାନର ଚାଉଳ ପ୍ରସ୍ତୁତ ପୋଡ଼ ପିଠା ସହ ଗୁଡ଼, କଦଳୀ, ନଡ଼ିଆ ଓ ଅରୁଆ ଚାଉଳରେ ଭୋଗ ଲଗାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ ।
ସୂର୍ଯ୍ୟଙ୍କ ଯୋଗୁଁ କୃଷି କ୍ଷେତ୍ରରେ ଶସ୍ୟ ଉପିନ୍ନ ହେଉଥିବାରୁ କୃଷକମାନେ ମକର ସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି । ଓଡ଼ିଶାର ମୟୂରଭ, କେନ୍ଦୁଝର ଆଦି ଉନ୍ନରାଞ୍ଚଳ ଜିଲ୍ଳାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହି ମକର ପର୍ବ ପାଳିଥାନ୍ତି । ଏହାକୁ ଟୁସୁ ପର୍ବ ଭାବେ ମଧ୍ୟ ପାଳନ କରାଯାଇଥାଏ । ସଂକ୍ରାନ୍ତି କାଳରେ କରାଯାଇଥିବା ପୂଣ୍ୟକୃତ୍ୟ କୋଟି କୋଟି ଫଳ ପ୍ରଦାନ କରିଥାଏ । ମକର ଏବଂ କର୍କଟ ସଂକ୍ରାନ୍ତି ସମୟରେ କରାଯାଇଥିବା ପୂଣ୍ୟ କାର୍ଯ୍ୟ ବିଶେଷ ଏବଂ ଅକ୍ଷୟ ଫଳ ପ୍ରଦାନ କରିଥାଏ । ସୂର୍ଯ୍ୟ ଗୋଟିଏ ରଶ୍ମିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଇଥାଏ । ଏଥିରେ ମକର ରାଶିର ବିଶେଷ ମହାନ୍ ରହିଛି ।
ମକର ରାଶି ହେଉଛି ସୂର୍ଯ୍ୟଭ୍କ ପୁତ୍ର ଶନିଦେବଙ୍କ ରାଶି । ପିତା ଏହି ଦିନ ପୁତ୍ର ଘରକୁ ଯାଇ ଅତି ପ୍ରସନ୍ନ ଥାଆନ୍ତି । ସୂର୍ଯ୍ୟଦେବ ଆସିବା ମାତ୍ରେ ଶନି ଦେବ ତାଙ୍କର ସମ୍ମାନ କରିଥାନ୍ତି । ଶନି ଦେବ ତପସ୍ୟା ବଳରେ ନିଜକୁ ମହାନ କରିପାରିଥିଲେ । ଭଗବାନ ସୂର୍ଯ୍ୟ ନିଜ ପୁତ୍ରର ମହାନତା ଦେଖି ତାଙ୍କୁ ଆଶୀର୍ବାଦ ପ୍ରଦାନ କରିବା ଲାଗି ତାଙ୍କ ଘରକୁ ଯାଇଥାନ୍ତି । ସେହି ଅନୁଯାୟୀ ଆମ ଦେଶରେ ମକର ସଂକ୍ରାନ୍ତି ଅବସରରେ ପିତା ମାତା ଏବଂ ଗୁରୁଜନଙ୍କ ପୂଜା କରାଯାଇଥାଏ । ମକର ସଂକ୍ରାନ୍ତିରେ ଧାର୍ମିକ ଏବଂ ସାମାଜିକ କର୍ମର ବିଶେଷ ମହନ୍ନ ରହିଛି । ସ୍ନାନ, ଦାନ ଆଦି କାର୍ଯ୍ୟ ପାଇଁ ଏହି ତିଥି ପରମ ଲାଭକାରୀ । ମକର ସଂକ୍ରାନ୍ତ ସାରା ବିଶ୍ୱରେ ସତ୍ୟସାଇ ସଂଗଠନ ଦ୍ୱାରା ନବବର୍ଷ ରୂପେ ପାଳନ କରାଯାଏ । କାରଣ ଏହି ପବିତ୍ର ଦିବସରେ ସତ୍ୟସାଇ ସମିତି ଗୁଡ଼ିକରେ ଆଗାମି ବର୍ଷ ପାଇଁ ସର୍ବସମ୍ମତ ଭାବେ ସ୍ଥିର କରାଯାଇଥିବା ଓ ରାଜ୍ୟ ସଂଗଠନ ଦ୍ୱାରା ଅନୁମୋଦିତ କର୍ମକର୍ନ୍ନା ମାନେ ଶପଥ ଗ୍ରହଣ କରନ୍ତି ।
ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟସ୍ତରୀୟ କିମ୍ବା ଜିଲ୍ଲାସ୍ତରୀୟ କିମ୍ବା ବିଶିଷ୍ଠ ବ୍ୟକ୍ତିମାନେ ପୌରହିତ କରିଥାନ୍ତି ଏବଂ ବାବାଙ୍କ ବାଣୀ ଓ ଲୀଳା ବିଷୟରେ ଉପସ୍ଥିତ ଦର୍ଶକ ମାନଙ୍କୁ ସମ୍ଭାଷଣ ଦେଇ ବାତାବରଣକୁ ପବିତ୍ରତାରେ ଭରି ଦିଅନ୍ତି । ଚଳିତ ବର୍ଷ କରୋନା କଟକଣା ପାଇଁ ସତର୍କତା ଅବଲମ୍ବନ ସ୍ୱରୂପ ଭର୍ଚୁଆଲ ବ୍ୟବସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ସମ୍ପାଦିତ ହେଉଛି ଓ ଅସହାୟ ମାନଙ୍କୁ ସେବା ପ୍ରଦାନ ପାଇଁ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)