ମାର୍କେଟରେ ବିଭିନ୍ନ ପ୍ରକାରର ପରଫୁ୍ୟମ ଉପଲବ୍ଧ । ଏହା ଦାମୀ ମଧ୍ୟ ହୋଇଥାଏ । ହେଲେ ଆପଣ ମଧ୍ୟ ଘରୋଇ ସାମଗ୍ରୀ ବ୍ୟବହାର କରି ନ୍ୟାଚୁରାଲ୍ ପରଫୁ୍ୟମ ପ୍ରସ୍ତୁତ କରିପାରିବେ । ପ୍ରଥମେ ବାଦାମ ତେଲରୁ ୨ ଚାମଚ ନେଇ ଏକ ଛୋଟ ବୋତଲରେ ରଖନ୍ତୁ । ଏହାପରେ ଏଥିରେ ୬ରୁ ୭ ବୁନ୍ଦା ଏସେନ୍ସିଆଲ ଅଏଲ୍ ପକାନ୍ତୁ । ଏହା ବଦଳରେ ପେପରମିଣ୍ଟ, ଜୋଜୋବା ତେଲ ବ୍ୟବହାର କରିପାରିବେ । ନିଜ ପସନ୍ଦର ସୁଗନ୍ଧମୟ ଏସେନ୍ସିଆଲ ଅଏଲର ପ୍ରୟୋଗ ମଧ୍ୟ କରିପାରିବେ ।
ଏହାପରେ ବୋତଲର ଠିପି ଦେଇ ଭଲଭାବରେ ମିଶାନ୍ତୁ ଏବଂ ଅତି କମ୍ରେ ତିନି ଦିନ ପାଇଁ ଏକ ଅନ୍ଧାରିଆ ସ୍ଥାନରେ ରଖନ୍ତୁ । ୩ଦିନ ପରେ ଏଥିରେ ସଫା ପାଣିକୁ ଏହି ମିଶ୍ରଣରେ ମିଶାନ୍ତୁ ଏବଂ ଏହାକୁ ଛାଣି ଦିଅନ୍ତୁ । ଏହିପରି ଅବସ୍ଥାରେ ଗୋଟିଏ ସପ୍ତାହ ପାଇଁ ଛାଡ଼ିଦିଅନ୍ତୁ । ଏବେ ଆପଣଙ୍କ ପରଫୁ୍ୟମ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି । ତେବେ ଧ୍ୟାନ ରଖିବେ, ପରଫୁ୍ୟମକୁ ଆଲୋକ ପଡ଼ୁଥିବା କିମ୍ବା ଗରମ ସ୍ଥାନରେ ରଖନ୍ତୁ ନାହିଁ । ଏପରି କଲେ ସୁଗନ୍ଧରେ ଫରକ ଆସିଥାଏ । ଆପଣ ସର୍ବଦା ଏହାରୁ ଅନ୍ଧାରିଆ ଏବଂ ଥଣ୍ଡା ସ୍ଥାନରେ ରଖି ବ୍ୟବହାର କରିପାରିବେ ।
Comments are closed.