ଦୁର୍ଗାପୂଜାର ଉତ୍ସବ ଆରମ୍ଭ ହୋଇଗଲାଣି । ଏହି ଖୁସିର ଦିନରେ ଘରକୁ ବନ୍ଧୁବାନ୍ଧବ ଆସିଥାନ୍ତି । ସେମାନଙ୍କ ସ୍ୱାଗତ ଚର୍ଚ୍ଚାର ଆପଣମାନଙ୍କୁ ନିଶ୍ଚିନ୍ତ ମିଠା ଦରକାର ପଡ଼ିଥାଏ । ମିଠା ଦୋକାନ ଯିବା ଅପେକ୍ଷା ଘରେ ଅତି ସହଜରେ ଆପଣମାନେ ମିଠା କରି ନିଜ ବନ୍ଧୁବାନ୍ଧବଙ୍କ ସାମ୍ନାରେ ପରଷନ୍ତୁ । ଦେଖିବେ ସେମାନେ ଦୋକାନ ମିଠା ଅପେକ୍ଷା ଆପଣଙ୍କ ହାତ ତିଆରି ମିଠା ବହୁତ ପସନ୍ଦ କରିବେ । ତେବେ ଆସନ୍ତୁ ଅତି ସହଜରେ ବନିପାରୁଥିବା ମଲାଇ ଲଡ଼ୁ ମିଠାର ପ୍ରସ୍ତୁତି ବଷୟରେ ଜାଣିବା ।
ଆବଶ୍ୟକ ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କର;ୁ । ଏହା ଭଲ ଭାବେ ଫୁଟିଲେ ଏଥିରେ କିଛି ଭିନେଗାର ମିଶା;ୁ । ଭିନେଗାରର ଖଟା କାରଣରୁ କ୍ଷୀର ଛେନା ଛିଣ୍ଡି ଯିବ ।
ପରେ ଏହାକୁ କିଛି ସମୟ ଫୁଟାଇ ଗ୍ୟାସ୍ ବନ୍ଦ କର;ୁ । ଏହାପରେ ଛେନାକୁ ଏକ କପଡ଼ାରେ ଛାଣି ପାଣି ନିଗାଡ଼ି ଦିଅ;ୁ । ଭିନେଗାର ଖଟା ଓ ଏହାର ବାସ୍ନା ଛେନାରେ ନରହିବା ପାଇଁ ଛେନାକୁ ଆଉ ଥରେ ଭଲ ଭାବେ ପାଣିରେ ଧୋଇ ଦିଅ;ୁ ।
ପାଣି ନିଗିଡ଼ି ଗଲେ ଛେନାକୁ ଚିMଣ କରି ଚକଟି ଦିଅ;ୁ ।
ଏହାପରେ ଆଉ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କରି ଭଲ ଭାବେ ଫୁଟା;ୁ । ଏହା ଅଧାରୁ ଅଧିକ କମି ମଲାଇ ପଡ଼ି ବହଳିଆ ହେବା ପର୍ଯ୍ୟନ୍ତ ଗୋଳାଇନ୍ତୁ ।
ଏବେ ସେଥିରେ ଚିନି ପକାଇ ଭଲ ଭାବେ ଘାଣ୍ଟ;ୁ । ଏହାପରେ ସେଥିରେ ଚକଟା ଛେନା ଓ ଗୁଜରାତି ଗୁଣ୍ଡ ପକାଇ ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟ;ୁ ।
ଗ୍ୟାସ୍ ବନ୍ଦ କରି ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅ;ୁ । ଏହାପରେ ହାତରେ ଏହାକୁ ଲଡ଼ୁର ଆକୃତି ଦିଅ;ୁ ।
ଲଡ଼ୁକୁ ସଜାଇବା ପାଇଁ ଉପରେ ଡ୍ରାଏ ଫ୍ରୁଟ୍ କିମ୍ବା କେଶର ବ୍ୟବହାର କରିପାରନ୍ତି ।
Comments are closed.