ଗଣ୍ଡାଘାଟିର ପାତ୍ରପୁଟକୁ ଆଜି ବି ପକ୍‌କା ରାସ୍ତା ନାହିଁ: ଭତ୍ତା ଓ ପିଡିଏସ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୫ କିମି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳ ହେଉଛି ବଣ୍ଡାଘାଟି । ଏହି ବଣ୍ଡାଘାଟିରେ ବାସ କରୁଥିବା ଲୋକେ ଆଜି ବି ଅଭିଶପ୍ତ ଜୀବନ କାଟୁଛନ୍ତି । ବର୍ତ୍ତମାନ ଖଇରପୁଟ ବ୍ଲକ ସଦର ମହକୁମାରୁ ଘାଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ବଣ୍ଡାଘାଟିରେ ଥିବା ଗ୍ରାମ ଗୁଡିକକୁ ଆଜି ବି ପMା ରାସ୍ତାଟିଏ ନାହିଁ । ସ୍ୱାଧୀନତାର ସାତ ଦଶନ୍ଧି ପୁରି ଯାଇଥିଲେ ମଧ୍ୟ ଲୋକେ ଆଜି ବି ପାଦରେ ଚାଲିଚାଲି ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯାଉଛନ୍ତି । ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚରେ ରହିଥିବା ଏହି ବଣ୍ଡାଘାଟିକୁ ଆଜି ବି ମୌଳିକ ସୁବିଧା ପହଞ୍ଚିପାରୁ ନାହିଁ । ଲୋକେ କୌଣସି ସରକାରୀ ଯୋଜନା ସଂପର୍କରେ ଅବଗତ ହୋଇ ପାରୁନାହାଁନ୍ତି ।

ବଣ୍ଡା ଆଦିବାସୀ

ସୂଚନାଯୋଗ୍ୟ, ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡା ରହିଛି । ବଣ୍ଡାଘାଟିର ୩୨ଟି ଗ୍ରାମ ମଧ୍ୟରୁ ଅଣ୍ଡରାହାଲ ପଞ୍ଚାୟତର ପାତ୍ରପୁଟ ଗ୍ରାମକୁ ଆଜି ବି ପMା ରାସ୍ତାଟିଏ ନାହିଁ । ଏହି ଗ୍ରାମରେ ପ୍ରାୟ ଶହରେ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । ସମସ୍ତେ ବଣ୍ଡା ଆଦିବାସୀ ସଂପ୍ରଦାୟରଛ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବିଶେଷକରି ବର୍ଷା ଦିନେ ବହୁ ସମସ୍ୟା ଦେଖାଦେଉଛି । ଭତ୍ତା କିମ୍ବା ପିଡିଏସ ଚାଉଳ ପାଇଁ ୧୫ କିଲୋମିଟର ପଞ୍ଚାୟତ ସଦର ମହକୁମାକୁ ଚାଲିଚାଲି ଯିବାକୁ ପଡୁଛି । ତେବେ ବୃଦ୍ଧ ଓ ବୃଦ୍ଧାମାନେ ଭତ୍ତା ଟଙ୍କା ପାଇଁ ଏତେ ଦୂର ଚାଲିଚାଲି ଯିବା ଏବଂ ଆସିବା କଷ୍ଟକର ହୋଇ ପଡୁଥିବା ଗ୍ରାମବାସୀ କହିଛନ୍ତି ।
ପୁଣି ରୋଗୀ କିମ୍ବା ଗର୍ଭବତୀଙ୍କୁ ମେଡିକାଲ ନେବାକୁ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ବାରମ୍ବାର ରାସ୍ତା ନିର୍ମାଣ ନେଇ ଅଞ୍ଚଳବାସୀ ରାଜନେତା ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ପ୍ରକାଶ କରିଛନ୍ତି ।
ବଣ୍ଡାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏପରିକି ବଣ୍ଡା ଉନ୍ନୟନ ସଂସ୍ଥା ମଧ୍ୟ ନିର୍ମାଣ କରି ଟଙ୍କା ଖର୍ଚ୍ଚ କରୁଛନ୍ତି । କି;ୁ ସବୁ ସରକାରୀ ଯୋଜନା ବାଟମାରଣା ହେଉଥିବା ଅଭିଯୋଗ ହେଉଛି ।

Comments are closed.