ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଦିଗବିଜୟ ସିଂହ, ଶଶି ଥରୁରଙ୍କ ପରେ ଖଡ଼ଗେ ତୃତୀୟ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଭରିଛନ୍ତି I ତାଙ୍କ ପ୍ରାର୍ଥୀତ୍ୱ କୁ ଅଶୋକ ଗେହଲୋଟ୍, ଦିଗବିଜୟ ସିଂ, ପ୍ରମୋଦ ତିୱାରୀ, ପିଏଲ ପୁନିଆ, ଏ.କେ ଆଣ୍ଟୋନି, ପୱନ କୁମାର ବନସଲ ଏବଂ ମୁକୁଲ ୱାସନିକଙ୍କୁ ସମର୍ଥନ କରିଛନ୍ତି । କେବଳ ସେତିକି ନୁହେଁ ଜି-୨୩ ରେ ସାମିଲ ହୋଇଥିବା ଭୁପେନ୍ଦ୍ର ହୁଡା ମଧ୍ୟ ଖଡଗେଙ୍କୁ ଅଧ୍ୟକ୍ଷ ପଦ ପାଇଁ ସମର୍ଥନ କରିଛନ୍ତି। ଉଲ୍ଳେଖନୀୟ ଯେ, ଦିଗବିଜୟ ସିଂହ ଓ ଅଶୋକ ଗେହଲଟଙ୍କ ନାଁ ଅଧ୍ୟକ୍ଷ ପଦ ରେସ୍ରୁ ବାହାର ହୋଇଯାଇଛନ୍ତି। ଦିଗ୍ବିଜୟ ସିଂହ କହିଛନ୍ତି, ମୁଁ ଆଜି ମାଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିଥିଲି । ମୁଁ ତାଙ୍କ ବିରୋଧରେ ନିର୍ବାଚନ ଲଢିବି ନାହିଁ ବଂର ତାଙ୍କର ପ୍ରସ୍ତାବକ ହେବି। ମୁଁ କଂଗ୍ରେସ ପାଇଁ ସବୁବେଳେ କାମ କରିବି।
ଏହାପୂର୍ବରୁ କଂଗ୍ରେସ ନେତା ଶଶି ଥରୁର ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏମାନଙ୍କ ବ୍ୟତୀତ ଝାରଖଣ୍ଡ ର କଂଗ୍ରେସ ନେତା କେ.ଏନ୍ ତ୍ରିପାଠୀ ମଧ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅନ୍ୟପଟେ ଖଡ଼ଗେଙ୍କ ପ୍ରାର୍ଥୀପତ୍ର ଦାଖଲକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ ସଭାପତି ନହେବା ପାଇଁ ମୋର କୌଣସି ଦୁଃଖ ନାହିଁ, ମୁଁ ମଧ୍ୟ ମଲ୍ଲିକାର୍ଜୁନଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି I
ସୂଚନାନୁସାରେ ନାମାଙ୍କନ ପତ୍ର ଦାଖଲ କରିବାର ପକ୍ରିୟା ୨୪ ସପ୍ଟେମ୍ବରରେ ଆରମ୍ଭ ହୋଇଯାଇଛି , ଯାହାକି ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ନାମାଙ୍କନ ପତ୍ର ଦାଖଲ କରିବାର ପ୍ରତ୍ୟାହାର କରିବାର ଅନ୍ତିମ ତାରିଖ ୮ ଅକ୍ଟୋବର ରହିଛି। ଏକରୁ ଅଧିକ ପ୍ରାର୍ଥୀ ହେବାପରେ ୧୭ ଅକ୍ଟୋବରରେ ମତଦାନ ହେବ ଓ ପରିଣାମ ୧୯ ଅକ୍ଟୋବରରେ ଘୋଷଣା କରାଯିବ।
Comments are closed.