ରାଜସ୍ୱ ଟ୍ରେଜେରିରେ ଜମା ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପରେ ବର୍ଷିଲେ ମମତା

କୋଲକାତା: ଜୁନ ୩: ଇଟାଭାଟିରୁ ଆଦାୟ ହେଉ ଥିବା ରାଜସ୍ୱ ଟ୍ରେଜେରିରେ ଜମା ହେଉ ନଥିବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରୋଷର ଶିକାର ହେଲେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ରାହୁଲ୍‌ । ମଜୁପମାଙ୍କୁ ଗୁରୁବାର ଦିନ ଆସନସୋଲ୍‌-ଦୁର୍ଗାପୁର ଉନ୍ନୟନ ବୋର୍ଡର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ତେବେ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମମତା ପୁରୁଲିଆରେ ଆୟୋଜନ କରାଇଥିବା ପ୍ରଶାସନିକ ବୈଠକରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ରାହୁଲ୍‌ଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ । ଇଟାଭାଟିରୁ ଆଦାୟ ହେଉଥିବା ରାଜସ୍ୱ ଠିକ୍‌ ଭାବେ ଟ୍ରେଜେରିରେ ଜମା ହେଉନାହିଁ ବୋଲି ଉକ୍ତ ବୈଠକରେ ଅଭିଯୋଗ ହେବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗିଯାଇ କହିଥିଲେ, ଜିଲ୍ଲା ମାଜିଷ୍ଟ୍ରେଟ୍‌ ଶୁଣି ପାରୁଛନ୍ତି ତ? ସାଧାରଣ ଜନତାଙ୍କଠାରୁ ସେମାନେ ଅର୍ଥ ଆଦାୟ କରୁଛନ୍ତି । କି;ୁ, ସେମାନେ ସେ ଅର୍ଥ ସରକାରଙ୍କୁ ଦେଉନାହାନ୍ତି । ସେମାନେ କିଛି ପର୍ସେଣ୍ଟେଜ୍‌ ମାତ୍ର ଦେଉଛନ୍ତି । ବାକି ଅର୍ଥ ନିଜେ ରଖି ଦେଉଛନ୍ତି । ଆପଣ କି ପ୍ରକାର ଜିଲ୍ଲା ଶାସନ କରୁଛନ୍ତି? ଦୀର୍ଘ ଦିନ ହେବ ଆପଣ ଏ ଜିଲ୍ଲାରେ ଅଛନ୍ତି । ମୋର ଚିନ୍ତାଧାରା ବଦଳି ଯାଇଛି । ଲୋକମାନଙ୍କୁ ମୁଁ ଏତେ ଦେଉଛି, କିଛି ଲୋକ ଏତେ ଲୋଭୀ ହୋଇଯାଉଛନ୍ତି କାହିଁକି? ଆପଣମାନଙ୍କର ଆଉ କେତେ ଦରକାର? ଯଦି ସେମାନେ ମୋ ଦଳର ଲୋକ ହୋଇଥାଆନ୍ତେ, ଚାରି ଚଟକଣା ମାରି ଥାଆନ୍ତି । ପ୍ରଶାସନିକ ବୈଠକରୁ ଫେରିବା ପରେ ଗୁରୁବାର ଦିନ ରାଜ୍ୟ ସଚିବାଳୟ ନିର୍ଦେଶନାମା ଜାରି କରାଯାଇ ରାହୁଲ୍‌ ମଜୁମ˜ାରଙ୍କୁ ପୁରୁଲିଆରୁ ବଦଳି କରାଯାଇଛି ।

Har Ghar Tiranga