କୋଲକାତା: ଜୁଲାଇ ୦୮: ଆମେ କାମ କଲା ବେଳେ କିଛି ଭୁଲ ହେବା ସ୍ୱାଭାବିକ । କି;ୁ ସେଗୁଡ଼ିକୁ ସଜଡ଼ାଯାଇପାରିବ । ଡକ୍ୟୁମେଣ୍ଟାରୀ ଫିଲ୍ମ କାଳୀର ବିବାଦୀୟ ପୋଷ୍ଟରକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ କାହିଁକି କିଛି ଲୋକ ନକରାତ୍ମକ ପ୍ରସଙ୍ଗକୁ ନେଇ ଏତେ ବିବାଦ ସୃଷ୍ଟି କରନ୍ତି? ବେଳେ ବେଳେ ମୋତେ ଲାଗେ, ଯେ କୌଣସି ନକରାତ୍ମକ ପ୍ରସଙ୍ଗରେ ଆମେ ଜାଣିଶୁଣି ଏହାକୁ ଆହୁରି ବିବାଦୀୟ କରିବାକୁ ଲାଗିପଡ଼ୁ । କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମର ଛାତ୍ରମାନଙ୍କୁ କ୍ରେଡିଟ୍ କାର୍ଡ଼ ବଣ୍ଟନ ଅବସରରେ ଏହା କହିଛନ୍ତି ମମତା ବାନାର୍ଜୀ । ନକରାତ୍ମକ ଭାବନା ଆମ ବ୍ରେନ୍ ସେଲକୁ ପ୍ରଭାବ ପକାଥାଏ । ତେବେ ସର୍ବଦା ସକରାତ୍ମକ ଭାବିବା ଉଚିତ ବୋଲି ମମତା କହିଛନ୍ତି । ସେହିପରି କାଳୀ ଫିଲ୍ମର ଆପତ୍ତିଜନକ ପୋଷ୍ଟରକୁ ନେଇ ବିରୋଧ ହେବା ପରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ମନ୍ତବ୍ୟ ଏହି ବିବାଦକୁ ଦ୍ୱିଗୁଣିତ କରିଦେଇଛି । ସେ କହିଥିଲେ ଯେ, କାଳୀ ମାଂସ ଏବଂ ମଦ ପ୍ରିୟ । ମହୁଆଙ୍କ ଏହି ମନ୍ତବ୍ୟ ପରେ ହିନ୍ଦୁ ସଙ୍ଗଠନ ଗୁଡ଼ିକ ତୀବ୍ର ବିରୋଧ କରି ତାଙ୍କ ଗିରଫ ଦାବି କରିଥିଲେ । ସେପଟେ ଟିଏମ୍ସି ସାଂସଦ ମହୁଆ ମଇତ୍ରା ଦେବୀ କାଳୀଙ୍କୁ ନେଇ ଦେଇଥିବା ଟିªଣୀ ପାଇଁ ବିବାଦରେ ଫସି ଯାଇଛନ୍ତି । ତାଙ୍କ ବିରୋଧରେ ପଶ୍ଚିମବଂଗ ଏବଂ ମଧ୍ୟପ୍ରଦେଶରେ ଆଉ ୨ଟି ଏଫ୍ଆଇଆର୍ ରୁଜୁ ହୋଇଛି । ଉଭୟ ମାମଲା ବିଜେପି ନେତାଙ୍କ ଦ୍ୱାରା ରୁଜୁ ହୋଇଛି ।
Comments are closed.